ମାର୍କେଟକୁ ହଲଚଲ୍ କରିଦେଲା ଜିଓର ନୂଆ ପ୍ଲାନ! ୧୯୮ ଟଙ୍କାରେ ମିଳୁଛି ଅନଲିମିଟେଡ୍ ୫ଜି ସେବା ଓ କଲିଂ ସୁବିଧା

ନୂଆଦିଲ୍ଲୀ: ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ଅଫର ଆଣିଥାନ୍ତି । ତେବେ ଏହା ମଧ୍ୟରେ ରିଲାଏନ୍ସ ଜିଓ ଏକ ବଢ଼ିଆ ପ୍ଲାନ୍ ଆଣିଛି । ଏହି ପ୍ଲାନରେ ଗ୍ରାହକମାନେ କମ୍ ଟଙ୍କା ଖର୍ଚ୍ଚ କରି ୫ଜି ସେବା ସାଙ୍ଗକୁ ଅସୀମିତ କଲିଂ ସୁବିଧା ପାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି, ଗ୍ରାହକମାନେ ୨୦୦ ଟଙ୍କାରୁ କମ୍ ଟଙ୍କାରେ ଏହି ପ୍ଲାନ ରିଚାର୍ଜ କରି ଉପରୋକ୍ତ ସମସ୍ତ ସୁବିଧା ପାଇ ପାରିବେ । ଏଥିସହିତ କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ପାଇଁ ଆହୁରି ଅନେକ ସୁବିଧା ଅଫର୍ କରାଯାଉଛି ।

ରିଲାଏନ୍ସ ଜିଓର ଏହି ପ୍ଲାନରେ ଗ୍ରାହକମାନେ ମାତ୍ର ୧୯୮ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍ ୫ଜି ଇଣ୍ଟରନେଟ୍ ସୁବିଧା ପାଇ ପାରିବେ । ଏଥିସହିତ ଗ୍ରାହକଙ୍କୁ ଏହି ପ୍ଲାନରେ ଅସୀମିତ କଲିଂ ସୁବିଧା ମଧ୍ୟ ମିଳୁଛି । ଏହି ପ୍ଲାନର ଭାଲିଡିଟୀ ୧୪ ଦିନ ପାଇଁ ରହିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ୨ ଜିବି ୪ଜି ଡାଟା ଅଫର କରାଯାଇଥାଏ । ଅର୍ଥାତ ଗ୍ରାହକମାନେ ମୋଟ ୨୮ ଜିବି ଡାଟାର ଫାଇଦା ପାଇ ପାରିବେ । ଦୈନିକ ୨ ଜିବି ଡାଟା ସମାପ୍ତ ହେବା ପରେ ଇଣ୍ଟରନେଟ୍ ସ୍ପିଡ ୬୪ କେବିପିଏସ୍ ରହିଯିବ । ଜିଓର ଏହି ରିଚାର୍ଜରେ ଗ୍ରାହକଙ୍କୁ ଅସୀମିତ ୫ଜି ଡାଟା ମଧ୍ୟ ମିଳୁଛି । ଯଦି ଆପଣମାନେ ଜିଓର ୫ଜି ନେଟୱାର୍କରେ ରହିଥିବେ, ତେବେ ବିନା ଟେନସନରେ ଆପଣମାନେ ଅସୀମିତ ୫ଜି ଡାଟା ଖର୍ଚ୍ଚ କରିପାରିବେ । ଏଥିସହିତ ଗ୍ରାହକମାନେ ଏହି ପ୍ଲାନରେ ଦୈନିକ ୧୦୦ ଏସଏମଏସ ମାଗଣାରେ ପାଇ ପାରିବେ ।