fbpx

ରାଜଧାନୀରେ ଅନଲକ୍-୫ ପ୍ରକ୍ରିୟା ଜାରି: ଆଜିଠାରୁ ଖୋଲିଲା ଜିମ୍, ଯୋଗକେନ୍ଦ୍ର ଓ ବିବାହ ହଲ୍

ନୂଆଦିଲ୍ଲୀ: କୋଭିଡ ମହାମାରୀର ଦ୍ଵିତୀୟ ଲହର ପରେ ତୃତୀୟ ଲହରର ଭୟ ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର । ଧୀରେ ଧୀରେ ବିଭିନ୍ନ କଟକଣାକୁ କୋହଳ କରାଯାଉଛି । କୋଭିଡ୍ ମାମଲା କ୍ରମଶଃ ହ୍ରାସ ପାଉଥିବାରୁ ଏବେ ଆଉ କିଛି କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ତେବେ ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଆଜିଠାରୁ ଜିମ୍, ଯୋଗକେନ୍ଦ୍ର ଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହିତ ବିବାହ ହଲ୍, ହୋଟେଲ୍ , ବଙ୍କେଟ ହଲ୍, ଆଦିରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଓ ଅନ୍ୟାନ୍ୟ ସମାରୋହ କରିବାକୁ ଅନୁମତି ଦିଆଯାଇଛି ।

ଅନଲକ୍-୫ ବାବଦରେ ଜାରି ହୋଇଥିବା ଆଦେଶରେ ୫୦ ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି । ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ ୫୦ ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି । ତେବେ ଅନ୍ତ୍ୟେଷ୍ଟିରେ ୨୦ ଜଣରୁ ଅଧିକ ଲୋକ ଯୋଗଦେବେ ନାହିଁ ବୋଲି କୁହାଯାଇଛି ।

ଏହିସବୁ ସ୍ଥାନରେ କୋଭିଡ ପ୍ରୋଟୋକଲ ଅନୁସରଣ ନକଲେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରମରେ ଏହା ସ୍ପଷ୍ଟ କରାଯାଇଛି । ଯଦି କୋଭିଡ ନିୟମ ଯେକୌଣସି ସ୍ଥାନରେ ଉଲ୍ଲଂଘନ ହେବ, ତେବେ ବିପର୍ୟ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଆଇପିସିର ଉପଯୁକ୍ତ ବିଭାଗ ଅଧୀନରେ ଏବଂ ଆଇପିସିର ଉପଯୁକ୍ତ ଧାରା ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.