ଓଡ଼ିଶା ପାଇଁ ଅଶୁଭ ଶନିବାର, ସେଦିନ FM କଲେଜ ସୌମ୍ୟାଶ୍ରୀ, ଆଜି ପୁରୀ ବଳଙ୍ଗାର ଛାତ୍ରୀ
କାହିଁକି ଶନିବାରରେ ଘଟୁଛି ଏପରି ଅଘଟଣ?
ଭୁବନେଶ୍ୱର: ଓଡ଼ିଶା ପାଇଁ ଅଶୁଭ ଶନିବାର। ଏକଥା ଆମେ କାହିଁକି କହୁଛୁ ନିଶ୍ଚିତ ଭାବରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ। ହେଲେ ଘଟଣା ଶୁଣିଲେ ଆପଣଙ୍କ ମନକୁ ବି ଏହି କଥା ଆସିବ।
କାରଣ ସେଦିନ ବି ଥିଲା ଜୁଲାଇ ମାସ ୧୨ ତାରିଖ ଶନିବାର। FM କଲେଜ ପରିସରରେ ସୌମ୍ୟାଶ୍ରୀ ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। HODଙ୍କ ନିର୍ଯ୍ୟାତନା ଆଉ ନ୍ୟାୟ ପାଇଁ ଲଢ଼ି ଲଢି ବିଫଳ ହେବା ପରେ ନିଜ ଜୀବନ ଶେଷ କରିଦେବାକୁ ନିଷ୍ପତ୍ତି ନେଲେ।
ପାଖାପାଖି ୩ ଦିନର ଜୀବନ ମରଣ ସହ ଲଢେଇ ପରେ ଶେଷରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲର ବର୍ଣ୍ଣ ସେଣ୍ଟରରେ ରାତି ପ୍ରାୟ ୧୧.୩୦ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ।
ଯଦିଓ ସୌମ୍ୟାଶ୍ରୀ ନ୍ୟାୟ ପାଇଁ ଲଢି ଲଢି ନିଜ ଜୀବନ ଦେଇଦେଲେ କିନ୍ତୁ ନ୍ୟାୟ ପାଇଲେ ନାହିଁ। ହେଲେ ତାଙ୍କ ମୃତ୍ୟୁ ପରେ ଅନେକ ରାଜନୈତିକ ଘଟଣାମାନ ଘଟିଲା।
ଏହି ଘଟଣା ଏବେ ବି ରାଜ୍ୟରେ ନିଆଁ ପରି ହୁତୁହୁତୁ ହୋଇ ଜଳୁଥିବା ବେଳେ ପୁରୀ ବଳଙ୍ଗାରେ ଆଜି ସକାଳୁ ସକାଳୁ ୩ ଜଣ ଯୁବକ ଜଣେ ନାବାଳିକାକୁ ନଦୀ ବନ୍ଧ ପାଖକୁ ଟେକି ନେଇ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ।
ହେଲେ ସେମାନଙ୍କ ପାଖରୁ ଖସି ଆସିବାରେ ପିଡୀତା ଜଣକ ସଫଳ ହୋଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଦେହରେ ନିଆଁ ବ୍ୟାପି ଶରୀର ୭୦ ପ୍ରତିଶତ ଜଳି ସାରିଥିଲା।
ଏବେ ସେ ଭୁବନେଶ୍ୱରର ଏମ୍ସ ବର୍ଣ୍ଣ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଯେଉଁଠି ସୌମ୍ୟାଶ୍ରୀ ଚିକିତ୍ସିତ ହେଉଥିଲେ। ହେଲେ ସବୁଠାରୁ ବଡ଼ କଥା ଏହା କି ଆଜି ବି ସେହି ଶନିବାର।
ସେଦିନ ସୌମ୍ୟାଶ୍ରୀ ଆଉ ଆଜି ପୁରୀ ବଳଙ୍ଗାର ନାବାଳିକା। ସେଦିନ ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କ ଅଫିସ ବାହାରେ ଆତ୍ମଦାହ ଦେଇଥିଲେ। ଯେଉଁ ଘଟଣା ପାଇଁ ଉତ୍ତର ଓଡ଼ିଶା ଉପରେ ପଡିଥିଲା ଭାରତର ଆଖି।
ଆଉ ଆଜି ବି ଶନିବାର। ବଳଙ୍ଗାରେ ଛାତ୍ରୀଙ୍କୁ ଜାଳିଦେଲେ ଦୁର୍ବୁତ୍ତ। ନଦୀ ପଠାକୁ ନେଇ ଦେହରେ ଢାଳିଦେଲେ କିରୋସିନି। ଆଉ ଲଗାଇ ଦେଲେ ନିଆଁ। ଯାହାପରେ କୁହାଯାଉଛି ଓଡ଼ିଶା ପାଇଁ କାଳେ ଅଶୁଭ ଶନିବାର।
ସେଥିପାଇଁ ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଟି ଛାତ୍ରୀ ନିଆଁଲଗା ଘଟଣା। ତାହା ପୁଣି ଶନିବାରରେ। ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଗଲାଣି।