fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ମାଲଦ୍ୱୀପର ମନ୍ତବ୍ୟକୁ ନେଇ ଏଭଳି କିଛି ଲେଖିଲେ ଭାରତୀୟ ସେଲିବ୍ରେଟି

ଓଡିଶା ଭାସ୍କର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସାଉଥ ଏସିଆର ମାଲଦ୍ୱୀପ ଓ ଭାରତର ଲାକ୍ଷାଦ୍ୱୀପ ମଧ୍ୟରେ ମୋଦୀ ଫରକ ଦେଖାଇ ସେ ଲାକ୍ଷାଦ୍ୱୀପକୁ ବୁଲିଯିବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ସେୟାର କରି ଲୋକମାନଙ୍କୁ ଏହି ଦୃଶ୍ୟ ଦ୍ୱୀପପୁଞ୍ଜକୁ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ। ଯେଉଁଥିରେ ସେ “ଲୋକାଲ ଫର ଭୋକଲା”ର ସ୍ଲୋଗାନରେ ଏକ ଆହ୍ୱାନ ରଖିଥିବା କୁହାଯାଉଥିଲା। ହେଲେ ପରେ ଏହାକୁ ନେଇ ଅନେକ ସାରା ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଗତ ଜାନୁଆରୀ ୨ ଶୁକ୍ରବାର ଦିନ ଶାସକ ପ୍ରୋଗ୍ରେସିଭ ପାର୍ଟି ଅଫ୍ ମାଲଦ୍ୱୀପ (ପିପିଏମ୍) ର ପରିଷଦ ସଦସ୍ୟ ଜାହିଦ୍ ରମିଜ୍ ମାଇକ୍ରୋବ୍ଲଗିଂ ସାଇଟ୍ X ରେ ଭାରତୀୟମାନଙ୍କୁ ଉପହାସ କରିଥିଲେ। ତେବେ ମାଲଦ୍ୱୀପର ଏହି ପରିହାସ ମନ୍ତବ୍ୟକୁ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବଲିଉଡ ତାରକା ତଥା କ୍ରୀଡା କିମ୍ବଦନ୍ତୀ ସମେତ ଅନେକ ଭାରତୀୟ ସେଲିବ୍ରିଟିମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରବିବାର ଦିନ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର, ସଲମାନ ଖାନ, ଜନ୍ ଅବ୍ରହାମ, ଶ୍ରଦ୍ଧା କପୁର ଏବଂ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ସମେତ ବଲିଉଡ ତାରକାମାନେ ସୋସିଆଲ ମିଡିଆ ପୋଷ୍ଟରେ ଲାକ୍ଷାଦ୍ୱୀପର ସୌନ୍ଦର୍ୟ୍ୟକୁ ଆଲୋକପାତ କରିଛନ୍ତି। ଏହା ସହ ସେମାନଙ୍କ ମଧ୍ୟରୁ କେତେକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଏବଂ ମାଲଦ୍ୱୀପ ପ୍ରତିକ୍ରିୟା ବିଷୟରେ କିଛି ଟିପ୍ପଣୀ ରଖିଛନ୍ତି।

ମାଲଦ୍ୱୀପ ନେତାଙ୍କ ଏହି ମନ୍ତବ୍ୟର ସ୍କ୍ରିନସଟ ସେୟାର କରି ଅକ୍ଷୟ କୁମାର ଏହାକୁ ଏକ ଅପ୍ରାକୃତିକ ଘୃଣା ବୋଲି କହିଛନ୍ତି। ସେ ଲେଖିଛନ୍ତି, “ମାଲଦ୍ୱୀପର ବିଶିଷ୍ଟ ଜନପ୍ରତିନିଧିଙ୍କ ଦ୍ୱାରା ଭାରତୀୟଙ୍କ ଉପରେ ଘୃଣ୍ୟ ତଥା ଜାତିପ୍ରଥା ମନ୍ତବ୍ୟ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ୟ୍ୟର କଥା ଯେ ସେମାନେ ଏମିତି ଏକ ଦେଶକୁ ଏପରି ମନ୍ତବ୍ୟ ଦେଇଛନ୍ତି ଯେଉଁମାନଙ୍କୁ ଏହି ଦେଶ ସର୍ବାଧିକ ସଂଖ୍ୟକ ପର୍ୟ୍ୟଟକ ପଠାଉଛି। ଆମେ ଆମ ପଡ଼ୋଶୀ ଦେଶ ପାଇଁ ଭଲ କିନ୍ତୁ ଏହିପରି ଅପ୍ରାକୃତିକ ଘୃଣାକୁ କାହିଁକି ସହ୍ୟ କରିବା? ମୁଁ ଅନେକ ଥର ମାଲଦ୍ୱୀପ ପରିଦର୍ଶନ କରିଥିଲି ଏବଂ ଏହାକୁ ସର୍ବଦା ପ୍ରଶଂସା କରିଥିଲି, କିନ୍ତୁ ପ୍ରଥମେ ସମ୍ମାନ। ଆସନ୍ତୁ ନିଷ୍ପତ୍ତି ନେବା। ଏହାପରେ ସେ ଏକ #ଟ୍ୟାଗ ଦେଇ ଇଣ୍ଡିଆନ୍ ଆଇସଲ୍ୟାଣ୍ଡକୁ ଏକ୍ସପ୍ଲୋର୍ କରନ୍ତୁ ଓ ସମର୍ଥନ କରନ୍ତୁ ବୋଲି ଲେଖିଛନ୍ତି।

ସେହିପରି ସଲମାନ ଖାନ ଲେଖିଛନ୍ତି, ଲାକ୍ଷାଦ୍ୱୀପର ସୁନ୍ଦର, ପରିଷ୍କାର ଏବଂ ଚମତ୍କାର ବେଳାଭୂମିରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ରଭାଇ ମୋଦୀଙ୍କୁ ଦେଖିବା ଅତ୍ୟନ୍ତ ସନ୍ତୋଷ ଲାଗୁଛି। ଏବଂ ସର୍ବୋତ୍ତମ ଅଂଶ ହେଉଛି ଯେ, ଏହା ଆମର ଭାରତର ଉପଲବ୍ଧି।

ଅନ୍ୟପଟେ ଏହାକୁ ନେଇ ଅଭିନେତ୍ରୀ ଶ୍ରଦ୍ଧା କପୁର, ଜନ୍ ଅବ୍ରହାମ ଏବଂ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ପୋଷ୍ଟ ପଢନ୍ତୁ।

Get real time updates directly on you device, subscribe now.