fbpx

ଅସୁରକ୍ଷିତ କୋର୍ଟ ପରିସର: ଶୁଣାଣି ପାଇଁ ଆସିଥିବା କଏଦୀଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାର ରାଜଧାନୀ ପାଟନାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଚାରପତିଙ୍କ ସାମ୍ନାରେ ହାଜର କରିବା ପାଇଁ ନିଆଯାଉଥିବା କଏଦୀଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଖେଳି ଯାଇଥିଲା । ତେବେ ମୃତକ ଜଣଙ୍କ ହେଲେ ବିହଟା ଥାନା ଅନ୍ତର୍ଗତ ସିକନ୍ଦରପୁର ଗ୍ରାମର ଅଭିଷେକ କୁମାର ।

ସୂଚନା ଅନୁଯାୟୀ, ଅଭିଷେକଙ୍କ ନାଁରେ ଆଗରୁ ଅନେକ ଅପରାଧିକ ଅଭିଯୋଗ ରହିଛି । ତେବେ ଏହି କାରଣରୁ ସେ ଅନେକ ଦିନ ଧରି ବେଉର ଜେଲରେ ଥିଲେ । ତେବେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପାଇଁ ନିଆଯାଇଥିଲା । କିନ୍ତୁ କୋର୍ଟ ପରିସରରେ ପହଞ୍ଚିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହଠାତ ୨ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ ଅଭିଷେକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ତେବେ ସେମାନେ ପ୍ରାୟ ୬ ରୁ ୭ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି ।

କୋର୍ଟ ପରିସରରେ ଏପରି ଘଟଣା ଘଟିବା ପରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହାକୁ ନେଇ ସିଟି ଏସପି ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ସେ କହିଛନ୍ତି । ତେବେ ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.