fbpx

ଚଷମା ଯୋଗୁଁ ଭାଙ୍ଗିଲା ବାହାଘର;ଥାନାରେ ମାମଲା

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଉତ୍ତର ପ୍ରଦେଶର ଅଉରାଇଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚଷମା କାରଣରୁ ନିଜ ବାହାଘର ଭାଙ୍ଗି ଦେଇଛନ୍ତି କନ୍ୟା । ଏହା ସହିତ ମାମଲାକୁ ନେଇ ଅଉରାଇଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ବିବାହ ପାଇଁ ଆସିଥିବା ଯୁବକ ଜଣକ ବିନା ଚଷମାରେ ହିନ୍ଦି ଖବରକାଗଜ ପଢିବାରେ ଅସମର୍ଥ ରହିଥିଲେ । ଏହି କାରଣରୁ ମହିଳା ଜଣକ ବିବାହ ଭାଙ୍ଗି ଦେଇଥିଲେ ।

ସର୍ଦ୍ଦାର କୋଭଟୱାଲି ଅଞ୍ଚଳର ବାସିନ୍ଦା ଅର୍ଜୁନ ସିଂଙ୍କ ଝିଅ ଅର୍ଚ୍ଚନାର ବିବାହ ବାଂଶୀର ଶିବମ ସିଂଙ୍କ ସହି୍ତ ସ୍ଥିର ହୋଇଥିଲା । ବିବାହ ତାରିଖ ନିଶ୍ଚିତ ହେବା ସହିତ ଉପହାର ସ୍ୱରୂପ ପଇସା ଏବଂ ମୋଟର ସାଇକେଲ ମଧ୍ୟ ପ୍ରଦାନ କରାଯାଇଥିଲା । ବିବାହ ଦିନ ଶିବମ ବରଯାତ୍ରୀ ସହିତ ଅର୍ଚ୍ଚନାଙ୍କ ଘରେ ପହଞ୍ଚିଥିଲେ । ବିବାହ ମଣ୍ଡପରେ ଚଷମା ଦେଖିବା ପରେ ଅର୍ଚ୍ଚନାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ବିନା ଚଷମାରେ ହିନ୍ଦୀ ଖବରକାଗଜ ପଢିବା ପାଇଁ ଶିବମଙ୍କୁ କହିଥିଲେ ଅର୍ଚ୍ଚନା । ଶିବମ ଖବରକାଗଜ ପଢି ନପାରିବାରୁ ବିବାହ ଭାଙ୍ଗି ଦେଇଥିଲେ ଅର୍ଚ୍ଚନା । ବିବାହ ଭାଙ୍ଗିବା ପରେ ଉପହାର ବାବଦରେ ଦିଆଯାଇଥିବା ମୋଟର ସାଇକେଲ ଏବଂ ଅର୍ଥ ଫେରସ୍ତ ମାଗିଥିଲେ ଯୁବତୀଙ୍କ ପରିବାର । ତେବେ ଯୁବକଙ୍କ ପରିବାର ଅର୍ଥ ଫେରସ୍ତ କରିବାକୁ ମନା କରିବାରୁ ମାମଲା ଥାନାରେ ପହଞ୍ଚିଥିଲା ।

Get real time updates directly on you device, subscribe now.