fbpx

Video; ଟ୍ରାକ୍‌କୁ ତକିଆ କରି ଶୋଇଥିଲେ ବ୍ୟକ୍ତି, ଟ୍ରେନ୍ ଅଟକାଇଲେ ଲୋକ ପାଇଲଟ୍, କହିଲେ- ‘ଭାଇ ଏବେ ଉଠ…’

ନୂଆଦିଲ୍ଲୀ: ଟ୍ରେନ୍ ଟ୍ରାକ୍‌କୁ ତକିଆ କରି ଶୋଇଥିଲେ ବ୍ୟକ୍ତି, ଟ୍ରେନ୍ ଅଟକାଇଲେ ଲୋକ ପାଇଲଟ୍, କହିଲେ- ‘ଭାଇ ଏବେ ଉଠ’, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯେଉଁଥିରେ ଜଣେ ବ୍ୟକ୍ତି ରେଳ ଧାରଣା ଉପରେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ୟକ୍ତି ଜଣକ ବିନା ଭୟରେ ରେଳ ଧାରଣାରେ ଆରାମରେ ଶୋଇଛନ୍ତି ।

ଏଥିସହିତ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଏହା ଏକ ଛତା ମଧ୍ୟ ଖୋଲି ପାଖରେ ରଖି ଦେଇଛନ୍ତି । ଏହି ବ୍ୟକ୍ତିଙ୍କ କାରଣରୁ ଟ୍ରେନ୍ କୁ ଅଟକାଇବାକୁ ପଡ଼ିଥିଲା। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି କିପରି ଏହି ବ୍ୟକ୍ତି ଜଣକ ଟ୍ରାକ୍ ରେ ଛତା ଖୋଲା ରଖି ଆରାମରେ ଶୋଇଛନ୍ତି । ଯେତେବେଳେ ଟ୍ରେନକୁ ଟ୍ରାକରେ ଅଟକାଇ ଦିଆଯାଇଛି । ଜଣେ କର୍ମଚାରୀ ତାଙ୍କ ପାଖକୁ ଆସି ତାଙ୍କୁ ଚାଲିଯିବାକୁ କହିଥିଲେ। ଏହି ଭିଡିଓ ଟିଉତ୍ତର ପ୍ରଦେଶର ।

 

Get real time updates directly on you device, subscribe now.