fbpx

(video)ନାଗକୁ ବଞ୍ଚାଇବାକୁ ଜଳାଶୟକୁ ଡେଇଁଲେ ବ୍ୟକ୍ତି, ନାଗ ତ ବଞ୍ଚିଗଲା କିନ୍ତୁ ଏବେ ବ୍ୟକ୍ତି ଜଣକ ଭେଣ୍ଟିଲେଟରରେ

ମେରୁଟ: ଚୌଧୁରୀ ଚରଣ ସିଂହ ୟୁନିଭରସିଟି, ମେରୁଟର ଜଣେ କର୍ମଚାରୀଙ୍କ ବିଚିତ୍ର କାର୍ଯ୍ୟକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ନିଶାସକ୍ତ ଥିବା କ୍ୟାମ୍ପସର ଜଣେ କର୍ମଚାରୀ ନାଗ ସାପକୁ ବଞ୍ଚାଇବା ଲାଗି ଏକ ଜଳାଶୟ ମଧ୍ୟକୁ ଡେଇଁ ପଡିଥିଲେ । ଏହି କର୍ମଚାରୀ ଜଣକ ଜଳାଶୟ ମଧ୍ୟକୁ ଡେଇଁବା ପୂର୍ବରୁ ନାଗକୁ ହାତ ଯୋଡି କହିଥିଲେ ମୋତେ ଦଂଶନ କରିବୁ ନାହିଁ ।

କିନ୍ତୁ ଯେତେବେଳେ କର୍ମଚାରୀଜଣକ ନାଗକୁ ଧରିବାକୁ ପ୍ରୟାସ କରିଥିଲେ ସେତେବେଳେ ନାଗ ତାଙ୍କ ଉପରେ ଆକ୍ରମଣ କରି ଦେଇଥିଲା । ନାଗଟି ସଂପୃକ୍ତ ବ୍ୟକ୍ତିଙ୍କ ଶରୀରର ୪ ସ୍ଥାନରେ ଚୋଟ ମାରିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କର୍ମଚାରୀ ଜଣକ ଜଳାଶୟ ମଧ୍ୟରେ ନାଗର ପାଟିକୁ ଜାବୁଡି ଧରିଛନ୍ତି ଓ ଛାତ୍ରମାନଙ୍କୁ ତାଙ୍କୁ ଉପରକୁ ଭିଡିବାକୁ କହୁଛନ୍ତି । ଛାତ୍ରମାନେ ତାଙ୍କୁ ବାହାରକୁ ଟାଣି ଆଣିବା ପରେ ସେ ନାଗକୁ ଛାଡି ଦେଉଛନ୍ତି । ଏହି ଘଟଣାରେ ନାଗ ତ ବଞ୍ଚିଯାଇଛି କିନ୍ତୁ କର୍ମଚାରୀଜଣକ ଏବେ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

Get real time updates directly on you device, subscribe now.