fbpx

ରେକର୍ଡ ଭାଙ୍ଗିଲା ୟୁପିଆଇ ପେମେଣ୍ଟ, ମାତ୍ର ଗୋଟିଏ ମାସରେ ୧୪ ବିଲିୟନରୁ ଅଧିକ ହେଲା ଟ୍ରାଞ୍ଜାକସନ

ନୂଆଦିଲ୍ଲୀ: ୟୁପିଆଇ ଡିଜିଟାଲ ଅର୍ଥବ୍ୟବସ୍ଥାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଥିପାଇଁ ପେମେଣ୍ଟ କରିବା ସହଜ ହୋଇଯାଇଛି । ୟୁପିଆଇରେ ପେମେଣ୍ଟ ସହଜ ହେବାରୁ ଏହା ଲୋକମାନଙ୍କ ମନ ପସନ୍ଦ ମାଧ୍ୟମ ଅଟେ । ମେ ରେ ଏହି କାରଣରୁ ୟୁପିଆଇରେ ପେମେଣ୍ଟର ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ନେସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ଅର୍ଥାତ ଏନପିସିଆଇର ସଂଖ୍ୟା ଅନୁସାରେ, ମେ ମାସରେ ୟୁପିଆଇ ଜରିଆରେ ୧୪.୦୪ ବିଲିୟନ କାରବାର କରାଯାଇଛି । ଏହା ପ୍ରଥମଥର ପାଇଁ ରେକର୍ଡ ସୃଷ୍ଟି କରିଛି । ୟୁପିଆଇ ଜରିଆରେ ୧୪ ବିଲିୟନରୁ ଅଧିକ କାରବାର ପ୍ରୋସେସ କରାଯାଇଛି ।

ଏହା ପୂର୍ବରୁ ଏପ୍ରିଲ ମାସରେ ୟୁପିଆଇରୁ ୧୩.୩ ବିଲିୟନ ଟ୍ରାଞ୍ଜାକ୍ସନ ହୋଇଥିଲା । ଏପ୍ରିଲ ମାସରେ ୟୁପିଆଇ କାରବାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ମାର୍ଚ୍ଚ ମାସରେ ୟୁପିଆଇରୁ ସମୁଦାୟ ୧୩.୪୪ ବିଲିୟନ ଟ୍ରାଞ୍ଜାକ୍ସନ କରାଯାଇଥିଲା । ଏପ୍ରିଲରେ ସଂଖ୍ୟା ପ୍ରାୟ ୧ ପ୍ରତିଶତ କମିଥିଲା ।

ଭ୍ୟାଲ୍ୟୁ ହିସାବରେ ମଧ୍ୟ ୟୁପିଆଇ କାରବାରରେ ଗ୍ରୋଥ ଆସିଛି । ସଂଖ୍ୟା ଅନୁଯାୟୀ, ମେ ମାସରେ ୟୁପିଆଇରେ କରାଯାଇଥିବା କାରବାରର ମୂଲ୍ୟ ୨୦.୪୫ ଲକ୍ଷ କୋଟି ଟଙ୍କା ରହିଛି । ଏହାର ଗୋଟିଏ ମାସ ପୂର୍ବରୁ ଏପ୍ରିଲରେ ୟୁପିଆଇରେ ହୋଇଥିବା ଟ୍ରାଞ୍ଜାକ୍ସନର ଭ୍ୟାଲ୍ୟୁ ୧୯.୬୪ ଲକ୍ଷ କୋଟି ଟଙ୍କା ରହିଥିଲା । ଅର୍ଥାତ ଗୋଟିଏ ମାସରେ ୟୁପିଆଇରୁ କାରବାରରେ ମୂଲ୍ୟ ହିସାବରେ ୪ ପ୍ରତିଶତରୁ ଅଧିକ ଗ୍ରୋଥ ଆସିଥିଲା ।

ଗତ ମାସରେ ୟୁପିଆଇ ମାଧ୍ୟମରେ ପ୍ରତିଦିନ ହାରାହାରି ୪୫.୩ କୋଟି କାରବାର କରାଯାଇଥିଲା । ଦୈନନ୍ଦିନ କାରବାରର ହାରାହାରି ପରିଣାମ ଥିଲା ୬୫,୯୬୬ କୋଟି ଟଙ୍କା । ବାର୍ଷିକ ଭିତ୍ତିରେ ଏହା ୪୯ ପ୍ରତିଶତ ଅଭିବୃଦ୍ଧି ଅଟେ ।

Get real time updates directly on you device, subscribe now.