fbpx

UPIକୁ ପ୍ରୋତ୍ସାହନ ଦେବ ଆରବିଆଇ, ଏଣିକି ଛୋଟ ଟ୍ରାଞ୍ଜାକ୍ସନ ହୋଇଯିବ ଆହୁରି ସହଜ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୟୁପିଆଇ ଲାଇଟକୁ ପ୍ରୋତ୍ସାହନ କରିବା ଲାଗି ନିଷ୍ପତ୍ତି ନେଇଛି । ଆରବିଆଇ ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଶୁକ୍ରବାର ୟୁପିଆଇ ଲାଇଟକୁ ଇ-ମ୍ୟାନଡେଟ ପରି ଆଣିବା ଲାଗି ମଞ୍ଜୁରୀ ଦେଇଛି । ୟୁପିଆଇ ଲାଇଟକୁ ପ୍ରଥମେ ସେପ୍ଟେମ୍ବର ୨୦୨୨ରେ ଲଞ୍ଚ କରାଯାଇଥିଲା । ଏହା ସାହାଯ୍ୟରେ ଛୋଟ ପେମେଣ୍ଟ କରିବାରେ ସାହାଯ୍ୟ ହୋଇଥାଏ । ୟୁପିଆ ଲାଇଟର ଡେଲି ଲିମିଟ ୨୦୦୦ ଟଙ୍କା ଅଟେ । ଏହାର ସାହାଯ୍ୟରେ ଥରକେ ୫୦୦ ଟଙ୍କା ପେମେଣ୍ଟ କରାଯାଇପାରିବ ।

ଆରବିଆଇ ଦ୍ୱାରା ୟୁପିଆଇ ଲାଇଟକୁ ଇ-ମ୍ୟାନଡେଟ ସିଷ୍ଟମରେ ଆଣିବାରେ ଏହାର ପ୍ରୟୋଗ ବଢିବ । ୟୁପିଆଇ ଲାଇଟର ସ୍ୱୀକାର୍ଯ୍ୟତା ବଢିବ । ଲୋକେ ଅଧିକରୁ ଅଧିକ ସଂଖ୍ୟାରେ ୟୁପିଆଇ ଲାଇଟର ବ୍ୟବହାର କରିବେ । ଇ-ମ୍ୟାନଡେଟ ସିଷ୍ଟମରେ ଆଣିବାରେ ୟୁପିଆଇ ୱାଲେଟରେ ଧାର୍ଯ୍ୟ ସୀମାଠାରୁ କମ ବାଲାନ୍ସ ଥିଲେ ଏହାକୁ ଅଟୋମେଟିକ ଭାବେ ପୂରଣ କରାଯାଇପାରିବ । ଏଥିରେ କମ ଭ୍ୟାଲ୍ୟୁର ଡିଜିଟାଲ ପେମେଣ୍ଟ କରିବାରେ ସାହାଯ୍ୟ ହେବ ।

ୟୁପିଆଇ ଲାଇଟ ବିଲକୁଲ ୟୁପିଆଇ ପରି କାମ କରିଥାଏ । ଏହା ଦ୍ୱାରା ୫୦୦ ଟଙ୍କାରୁ କମ ଟ୍ରାଞ୍ଜାକ୍ସନ ସହଜରେ କରାଯାଇପାରିବ । ଏହି ପେମେଣ୍ଟକୁ ପ୍ରୋସେସ କରିବା ପାଇଁ ୟୁପିଆଇ ଲାଇଟ ଏନପିସିଆଇ କମନ ଲାଇବ୍ରେରୀ ଆପ୍ଲିକେସନ କରିଥାଏ । ଏହା ସାହାଯ୍ୟରେ ସେ ସହଜରେ ମୋବାଇଲ ଫୋନ ସହାୟତାରେ ୟୁପିଆଇ ଇକୋସିଷ୍ଟମର ବ୍ୟବହାର କରିଥାଏ । ୟୁପିଆଇ ଲାଇଟ ଛୋଟ ଟ୍ରାଞ୍ଜାକ୍ସନ ସାହାଯ୍ୟରେ ୟୁଜର୍ସଙ୍କୁ ସୁବିଧା ପ୍ରଦାନ କରିଥାଏ । ଏଥିରେ ବ୍ୟାଙ୍କର କୋର ବ୍ୟାଙ୍କିଙ୍ଗ ସିଷ୍ଟମକୁ ରିୟଲ ଟାଇମ ପ୍ରୋସଏସିଙ୍ଗ କରିବାକୁ ପଡିବନି । ଏଥିରେ କୌଣସି ତ୍ରୁଟି ମଧ୍ୟ ନାହିଁ ।

Get real time updates directly on you device, subscribe now.