ଶିକ୍ଷାର୍ଥୀଙ୍କ ଡିମାଣ୍ଡ ଆଗରେ ମୁଣ୍ଡ ନୁଆଁଇଲା UPPSC, RO-ARO ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରୟାଗରାଜର ୟୁପି ସୋକସେବା ଆୟୋଗ (UPPSC) ବାହାରେ ଛାତ୍ରଛାତ୍ରୀମାନଙ୍କର ବିରୋଧ ପ୍ରଦର୍ଶନ ଜାରି ରହିଛି । ଆୟୋଗର ଅଧ୍ୟକ୍ଷ ସଞ୍ଜୟ ଶ୍ରୀ ନେତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଗୋଟିଏ ଦିନରେ ପିସିଏସ୍ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏହା ସହିତ RO-ARO ପରୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି । RO-ARO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ମୁକ୍ତ କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହସ୍ତକ୍ଷେପ ଉପରେ ଆୟୋଗ ୟୁପି PCS 2024 ର ପ୍ରାଥମିକ ପରୀକ୍ଷା ଏବଂ ଗୋଟିଏ ଦିନରେ ଗୋଟିଏ ସିଫ୍ଟ କରିବାକୁ ଘୋଷଣା କରିଛି । ଆୟୋଗ PCS ପ୍ରାର୍ଥୀଙ୍କ ଚାହିଦା ଗ୍ରହଣ କରିଛି, ଯଦିଓ RO-ARO 2023 ର ନିଯୁକ୍ତି ପରୀକ୍ଷା ବିଷୟରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଡିସେମ୍ବର ମାସରେ ହେବାକୁ ଥିବା ଏହି ପରୀକ୍ଷାକୁ ଆୟୋଗ ସ୍ଥଗିତ ରଖିଛନ୍ତି । ପ୍ରୟାଗରାଜ ଡିଏମ ରବିନ୍ଦ୍ର କୁମାର କହିଛନ୍ତି, ୟୁପିପିଏସସି ପକ୍ଷରୁ ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ । ପରୀକ୍ଷା ଢାଞ୍ଚା ତିଆରି କରିବାକୁ କମିଟି ଗଠନ ନେଇ ଆଲୋଚନା ଚାଲିଛି । ବିରୋଧୀ ଛାତ୍ରମାନେ ଆୟୋଗର ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି । ଛାତ୍ରମାନେ ଏହି ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି ସେ କହିଛନ୍ତି ।

ତେବେ ଆୟୋଗ ଦ୍ବାରା ଶୁଣାଯାଇଥିବା ନିଷ୍ପତ୍ତିରେ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏଭଳି ନିଷ୍ପତ୍ତି ଦ୍ବାରା ଗୋଟିଏ ବିଭାଗ ସନ୍ତୁଷ୍ଟି ହୋଇଥିବା ବେଳେ ଅନ୍ୟଏକ ବିଭାଗ ସନ୍ତୁଷ୍ଟି ପ୍ରକାଶ କରିନାହିଁ । RO / ARO ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ସେମାନେ ଚେତାବନୀ ଦେଇଛନ୍ତି ।