‘କିଛି ଲୋକେ ସ୍କୁଟର ଉପରେ ବସି ନିଜକୁ ସାମ୍ବାଦିକ କହୁଛନ୍ତି’, ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ

ବରିଷ୍ଠ ଓକିଲ କପିଲ ସିବଲଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ସାମ୍ବାଦିକ ମହେଶ ଲାଙ୍ଗାଙ୍କ ଜାମିନ ଆବେଦନ ଉପରେ ଗୁଜରାଟ ସରକାର ଏବଂ EDଠାରୁ ଜବାବ ମାଗିଛନ୍ତି। ଜଷ୍ଟିସ୍ ୟୁର୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଗୁଜୁରାଟ ହାଇକୋର୍ଟଙ୍କ ଜାମିନ ମନାକୁ ଚ୍ୟାଲେଞ୍ଜ କରି ଲଙ୍ଗାଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ କପିଲ ସିବଲଙ୍କୁ କହିଛନ୍ତି, “ସେ କି ପ୍ରକାରର ସାମ୍ବାଦିକ? କିଛି ପ୍ରକୃତ ସାମ୍ବାଦିକ ଅଛନ୍ତି, କିନ୍ତୁ କିଛି ଲୋକ ସ୍କୁଟରରେ ବସି କୁହନ୍ତି ଯେ, ଆମେ ସାମ୍ବାଦିକ ଏବଂ ସେମାନେ ପ୍ରକୃତରେ କ’ଣ କରନ୍ତି ତାହା ସମସ୍ତଙ୍କୁ ଜଣା।”

କପିଲ ସିବଲ ଉତ୍ତର ଦେଇଥିଲେ ଯେ, ଏଗୁଡ଼ିକ ସମସ୍ତ ଅଭିଯୋଗ। ସେ କହିଥିଲେ, “ସେ ଗୋଟିଏ ଏଫଆଇଆରରେ ଆଗୁଆ ଜାମିନ ପାଆନ୍ତି, ତା’ପରେ ଆଉ ଏକ ଏଫଆଇଆର ପଞ୍ଜିକୃତ ହୁଏ ଏବଂ ପୁଣି ଆଗୁଆ ଜାମିନ ପାଆନ୍ତି, କିନ୍ତୁ ଏବେ ଆୟକର ଫାଙ୍କିବା ପାଇଁ ତାଙ୍କ ବିରୁଦ୍ଧରେ ତୃତୀୟ ଏଫଆଇଆର ପଞ୍ଜିକୃତ ହୋଇଛି। ତାଙ୍କ ବିରୁଦ୍ଧରେ ଆହୁରି ଅନେକ ଅଭିଯୋଗ ଅଛି।”

ସେ ଆହୁରି କହିଛନ୍ତି ଯେ, ଏହି ମାମଲାରେ କୋର୍ଟ ଏକ ନୋଟିସ ଜାରି କରି ଅଧିକାରୀଙ୍କଠାରୁ ଜବାବ ମାଗିଥିଲେ। ଜୁଲାଇ 31 ତାରିଖରେ, ଗୁଜୁରାଟ ହାଇକୋର୍ଟ ଲାଙ୍ଗାଙ୍କ ମନି ଲଣ୍ଡରିଂ ମାମଲାରେ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ଯେ, ଯଦି ତାଙ୍କୁ ଜାମିନରେ ମୁକ୍ତ କରାଯାଏ, ତେବେ ଅଭିଯୋଜନର ମାମଲା ପ୍ରତିକୂଳ ପ୍ରଭାବିତ ହେବ।