fbpx

ରାଜ୍ୟ କ୍ୟାବିନେଟରେ UPSକୁ ମିଳିଲା ମଞ୍ଜୁରୀ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବଡ଼ ଘୋଷଣା କଲା ଏକ ରାଜ୍ୟ

ନୂଆଦିଲ୍ଲୀ: ୟୁନିଫାଏଡ୍ ପେନସନ ସ୍କିମ (ୟୁପିଏସ)କୁ ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏବେ ଗୋଟିଏ ରାଜ୍ୟ ମଧ୍ୟ ବଡ଼ ଘୋଷଣା କରିଛି । ମହାରାଷ୍ଟ୍ର କ୍ୟାବିନେଟରେ ୟୁପିଏସକୁ ମଞ୍ଜୁରୀ ମିଳିଛି । ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୟୁପିଏସ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ୟୁପିଏସ ଲାଗୁ ହେବ ଓ ସେମାନେ ଏହାର ଫାଇଦା ଉଠାଇ ପାରିବେ ।

ସୂଚନାଯୋଗ୍ୟ ଯେ, ନୂଆ ପେନସନ ସ୍କିମରେ ସୁଧାର ନେଇ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା । ତେଣୁ ଏବେ କେନ୍ଦ୍ର ସରକାର ଏ ବାବଦରେ ବଡ଼ ଘୋଷଣା କରିଥିଲେ । ୟୁପିଏସ ଅନୁସାରେ, କର୍ମଚାରୀଙ୍କୁ ସୁନିଶ୍ଚିତ ପେନସନ, ପାରିବାରିକ ପେନସନ, ସର୍ବନିମ୍ନ ପେନସନରି ଗ୍ୟାରେଣ୍ଟି ଦିଆଯାଇଛି । ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଏହି ନୂଆ ପେନସନ୍ ଯୋଜନା ଲାଗୁ ହେବ । ୟୁପିଏସରେ ୨୫ ବର୍ଷ ତା’ ଠାରୁ ଅଧିକ ବର୍ଷ ଧରି ସେବା କରିଥିବା କର୍ମଚାରୀଙ୍କୁ ସେମାନଙ୍କର ଅନ୍ତିମ କାର୍ଯ୍ୟ ବର୍ଷରେ ୧୨ ମାସର ଆଭରେଜ ମୂଳ ବେତନର ୫୦ ପ୍ରତିଶତ ରାଶି ପେନସନ ଆକାରରେ ଦିଆଯିବ । ସେହିପରି ୧୦-୨୫ ବର୍ଷ ମଧ୍ୟରେ ସେବା କରିଥିବା କର୍ମଚାରୀଙ୍କୁ ସମାନୁପାତିକ ଆବଣ୍ଟନ ଆଧାରରେ ପେନସନ ଦିଆଯିବ । ଏଥିରେ ପେନସନ ରାଶିକୁ ମହଙ୍ଗା ଦର ସହ ଯୋଡ଼ିବା ଓ ସେବା ନିବୃତ୍ତ ସମୟରେ ଗ୍ରାଚ୍ୟୁଟି ବ୍ୟତୀତ ଏକ ସୁନିଶ୍ଚିତ ରାଶି ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.