ଆସିଗଲା UPS-Calculator, ଏପରି ଚେକ୍ କରନ୍ତୁ ଅବସର ପରେ କେତେ ମିଳିବ ପେନସନ

ଏଣିକି ଚେକ୍ କରିପାରିବେ ଆପଣ ଅବସର ନେବା ପରେ କେତେ ପାଇବେ ପେନସନ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ଏନପିଏସ ଟ୍ରଷ୍ଟ ପେନସନର ଗଣନା ପାଇଁ UPS-Calculator ଲଞ୍ଚ କରିଛି। ଏହି କାଲକୁଲେଟର ସାହାଯ୍ୟରେ ଆପଣ ସହଜରେ ଅବସର ପରେ କେତେ ମିଳିବ ପେନସନ, ଏହାର ଗଣନା କରିପାରିବେ।

କାଲକୁଲେଟରରେ ଆପଣଙ୍କୁ ନିଜର ଜନ୍ମ ତିଥି, ଚାକିରି ଜଏନିଙ୍ଗର ଡେଟ, ଅବସରର ବୟସ, ମାସିକ ଦରମା, ବାର୍ଷିକ ସାଲାରୀ ଗ୍ରୋଥ ଆଦି ଡାଟା ଦେବାକୁ ପଡ଼ିବ। ଆପଣ ଏହି କାଲକୁଲେଟର https://npstrust.org.in/ups-calculator କୁ ଯାଇ ବ୍ୟବହାର କରିପାରିବେ।

ଆର୍ଥିକ ସେବା ବିଭାଗ ମଙ୍ଗଳବାର ଦିନ କହିଛନ୍ତି ଯେ, ସରକାରୀ କର୍ମଚାରୀ ୟୁନିଫାଏଡ ପେନସନ ଯୋଜନା କାଲକୁଲେଟରର ଉପଯୋଗ କରି ନିଜର ପେନସନର ଗଣନା କରିପାରିବେ।

ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ ଆର୍ଥିକ ସେବା ବିଭାଗ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛି ଯେ, ଏନପିଏସ ଟ୍ରଷ୍ଟ ଏକୀକୃତ ପେନସନ ଯୋଜନା କାଲକୁଲେଟର ଜାରି କରାଯାଇଛି।

ଏହି କାଲକୁଲେଟର ଏନପିଏସ ଏବଂ ୟୁପିଏସ ଗ୍ରାହକମାନଙ୍କୁ ପେନସନ ଆକଳନ ପ୍ରଦାନ କରେ। ବିଭାଗ କହିଛନ୍ତି ଯେ, ଏହି କାଲକୁଲେଟର ଗ୍ରାହକଙ୍କୁ ବିଚାର କରି ସଠିକ ପେନସନ ଯୋଜନା ଚୟନରେ ସାହାଯ୍ୟ କରିବ।