ଯୁବକଙ୍କ ଅଜବ ହରକତ, ପୁଅରୁ ଝିଅ ହେବା ପାଇଁ ବ୍ଲେଡରେ ନିଜେ ନିଜର ଗୁପ୍ତାଙ୍ଗ କାଟିଦେଲେ
"ମୁଁ ଝିଅ ହେବାକୁ ଚାହୁଁଛି"।
ଉତ୍ତରପ୍ରଦେଶ: ଯୁବକଙ୍କ ଆଶ୍ଚର୍ଯ୍ୟକର ହରକତ। ପୁଅରୁ ଝିଅ ହେବା ପାଇଁ ଇଚ୍ଛା। ସେଥିପାଇଁ ନିଜକୁ ପ୍ରଥମେ ଇଞ୍ଜେକ୍ସନ ଦେଇ ନିସ୍ତେଜ କଲେ ପରେ ନିଜେ ନିଜର ଗୁପ୍ତାଙ୍ଗ କାଟିଦେଲେ।
ହେଲେ ଯେତେବେଳେ ନିସ୍ତେଜକର ଇଞ୍ଜେକ୍ସନର ପ୍ରଭାବ କମିଗଲା ସେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ। ଯୁବକ ଜଣକ ଏ ବିଷୟରେ ଘର ମାଲିକଙ୍କୁ ଜଣାଇଥିଲେ। ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୁଅରୁ ଝିଅ ହେବାକୁ ଇଚ୍ଛା: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବକ ଝିଅ ହେବା ପାଇଁ ବ୍ଲେଡ୍ ସାହାଯ୍ୟରେ ନିଜେ ନିଜର ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି।
ଯୁବକ ଜଣକ ସବୁବେଳେ କୁହନ୍ତି ସେ ପୁଅ ନୁହଁ ବରଂ ଝିଅ, କିନ୍ତୁ ତାଙ୍କ କଥାକୁ କେହି ଶୁଣୁନଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିବା ନିଜେ କହିଛନ୍ତି।
ଯୁବକଙ୍କ କହିବା କଥା ଯେତେବେଳେ ସେ ୧୪ ବର୍ଷ ବୟସର ଥିଲେ ସେ ନିଜକୁ ଝିଅ ବୋଲି ଅନୁଭବ କରିବା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ଛାତ୍ର ଜଣକ ଆମେଥି ଜିଲ୍ଲାର ବାସିନ୍ଦା। ତାଙ୍କ ବାପାମାଆଙ୍କର ଏକମାତ୍ର ପୁଅ ହୋଇଥିବାରୁ ସେ ତାଙ୍କ ପରିବାର ସଦସ୍ୟଙ୍କୁ କିଛି କହୁ ନଥିଲେ।
ସେ କିଛି ଦିନ ପାଇଁ ତାଙ୍କ ମାଉସୀଙ୍କ ଘରେ ରହିଥିଲେ, ତା’ପରେ ସେ ପ୍ରୟାଗରାଜ ଆସିଥିଲେ। ଏଠାରେ ସେ ଏକ ଭଡା ଘରେ ରହିବା ଆରମ୍ଭ କରିଥିଲେ ଏବଂ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।
ଡାକ୍ତରଙ୍କ ପରାମର୍ଶରେ ପଦକ୍ଷେପ: ଯୁବକ ଜଣକ କହିଛନ୍ତି ଯେ ସେ ଝିଅ ହେବା ପାଇଁ YouTube ରେ ଅନେକ ଭିଡିଓ ଦେଖିଥିଲେ। ସେ କଟରାର ଜଣେ କ୍ୱାକ୍ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲେ।
ତାଙ୍କ ପରାମର୍ଶରେ ଛାତ୍ର ଜଣକ ଏକ ମେଡିକାଲ ଷ୍ଟୋରରୁ ଆନାସ୍ଥେସିଆ ଇଞ୍ଜେକ୍ସନ ଏବଂ ସର୍ଜିକାଲ୍ ବ୍ଲେଡ୍ କିଣିଥିଲେ। ଏହା ପରେ ସେ ତାଙ୍କ ଭଡା ଘରେ ନିଜେ ନିଜକୁ ଇଞ୍ଜେକ୍ସନ ଦେଇଥିଲେ। ଯାହା ଫଳରେ ତାଙ୍କ ଅଣ୍ଟା ତଳକୁ ଅକାଲୁଆ ହୋଇଯାଇଥିଲା।
ଏହା ପରେ ସେ ନିଜ ହାତରେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିଲେ। ଯେପର୍ଯ୍ୟନ୍ତ ଆନାସ୍ଥେସିଆ ଇଞ୍ଜେକ୍ସନର ପ୍ରଭାବ ରହିଥିଲା, ସେ ସାଧାରଣ ଅବସ୍ଥାରେ ଥିଲେ। ପ୍ରଭାବ କମିବା ମାତ୍ରେ ସେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ।
ଘରମାଲିକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ: ସେ କହିଥିଲେ ଯେ ସେ ଲଜ୍ଜା ହେତୁ କାହାକୁ କହିବାକୁ ଚାହୁଁ ନଥିଲେ। ପ୍ରଥମେ ଛାତ୍ର ଜଣକ ପ୍ରାୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ କୋଠରୀରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।
ସେ ଯନ୍ତ୍ରଣା କମ୍ କରିବା ପାଇଁ ମେଡିସିନ୍ ଖାଇଥିଲେ କିନ୍ତୁ ଯନ୍ତ୍ରଣା କମିବାର ନାଁ ଧରିନଥିଲା। ଏପରିକି ପୁରା ଘର ସାରା ରକ୍ତର ବନ୍ୟା ହୋଇଯାଇଥିଲା। ପରେ ସେ ବାଧ୍ୟ ହୋଇ ଘର ମାଲିକକୁ ଘଟଣା ସମ୍ପର୍କରେ କହିଥିଲେ।
ପରେ ଘର ମାଲିକ ଆମ୍ୱୁଲାନ୍ସ ଡକାଇ ଛାତ୍ର ଜଣକୁ ତେଜ ବାହାଦୁର ସପ୍ରୁ ହସ୍ପିଟାଲକୁ ନେଇଯାଇଥିଲେ। ଏଠାରେ ତାଙ୍କର ଗୁରୁତର ଅବସ୍ଥା ଦେଖି ତାଙ୍କୁ ସ୍ୱରୂପ ରାଣୀ ନେହେରୁ ହସ୍ପିଟାଲକୁ ରେଫର କରାଯାଇଥିଲା। ଏଠାରେ ତାଙ୍କର SRN ହସ୍ପିଟାଲରେ ଚିକିତ୍ସା କରାଯାଉଛି।