fbpx

୭ ବର୍ଷ ପରେ UPSC ସିଭିଲ ସର୍ଭିସରେ ବମ୍ପର ନିଯୁକ୍ତି: ଏପରି ଭାବରେ ଶୀଘ୍ର କରନ୍ତୁ ରେଜିଷ୍ଟ୍ରେସନ୍

ନୂଆଦିଲ୍ଲୀ: ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ପରୀକ୍ଷା (୨୦୨୩) ଏବଂ ଭାରତୀୟ ବନ ସେବା (ପ୍ରାରମ୍ଭିକ) ପରୀକ୍ଷା ୨୦୨୩ ପାଇଁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ବିଜ୍ଞପ୍ତି ପ୍ରକାଶ କରିଛି । ଚଳିତ ବର୍ଷ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅନଲାଇନ୍ ଆବେଦନ କରିବାକୁ ୟୁପିଏସସି କହିଛି ।

ଅଧିକାଂଶ ପୋଷ୍ଟରେ ନିଯୁକ୍ତି :-
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରେ ୧୧୦୫ ଟି ପଦବୀ ରହିଛି, ଯାହା ଗତ ସାତ ବର୍ଷ ମଧ୍ୟରେ ସର୍ବାଧିକ ଏବଂ ଭାରତୀୟ ବନ ସେବା (ଆଇଏଫଏସ) ରେ ୧୫୦ ଟି ପଦବୀ ରହିଛି । ଏହାପୂର୍ବରୁ ୨୦୧୬ ୟୁପିଏସସି ୧୨୦୯ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା ।

ଏହି ନିଯୁକ୍ତି ପରୀକ୍ଷାରେ ପ୍ରତିବର୍ଷ ପ୍ରାୟ ୮ରୁ ୯ ଲକ୍ଷ ଯୁବପୀଢୀ ବସନ୍ତି । ଏହି ପରୀକ୍ଷା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବନ ସେବା (ଆଇଏଫଏସ) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ) ସହିତ ଅନ୍ୟ ଅଖିଳ ଭାରତୀୟ ସେବା ପାଇଁ ଅଧିକାରୀ ଚୟନ କରାଯିବ । ୟୁପିଏସସି ସିଭିଲ ସର୍ଭିସେସ୍ ଚୟନ ପ୍ରକ୍ରିୟାରେ ପ୍ରିଲିମସ୍ ପରୀକ୍ଷା, ମେନ୍ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରହିଛି ।

ଆବେଦନ ଶୁଳ୍କ :-
ଯୋଗ୍ୟ ପ୍ରାର୍ଥୀଙ୍କୁ ସିଏସଇ ୨୦୨୩ ରେ ଛଅଟି ପ୍ରୟାସ ପାଇଁ ଅନୁମତି ଦିଆଯାଇଛି । ତଥାପି ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କୁ ଅସୀମିତ ସଂଖ୍ୟକ ପ୍ରୟାର ଅନୁମତି ଦିଆଯାଇଥିବାବେଳେ ଓବିସି ପ୍ରାର୍ଥୀମାନେ ନଅ ଥର ପ୍ରୟାସ କରିପାରିବେ । ଜେନେରାଲ୍ ଏବଂ ଇଡବ୍ଲୁଏସ୍ ବର୍ଗର ପିଡବ୍ଲୁବିଡି ପ୍ରାର୍ଥୀଙ୍କୁ ମଧ୍ୟ ନଅଟି ଚେଷ୍ଟା ପାଇଁ ଅନୁମତି ଦିଆଯାଇଛି ।

ଯୋଗ୍ୟତା:-
ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଇନଷ୍ଟିଚ୍ୟୁଟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଥିବା ଆବଶ୍ୟକ ।

ବୟସ ପରିସର :-
ସର୍ବନିମ୍ନ ବୟସ – ୨୧ ବର୍ଷ । ସର୍ବାଧିକ ବୟସ ୩୨ ବର୍ଷରୁ କମ୍ ହେବା ଉଚିତ୍ । ବୟସ ବଣନା ୧ ଅଗଷ୍ଟ ୨୦୨୩ ରୁ ଗଣାଯିବ । ଅର୍ଥାତ୍ ପ୍ରାର୍ଥୀ ନିଶ୍ଚିତ ଭାବରେ ୨ ଅଗଷ୍ଟ ୧୯୯୧ ରୁ ପୂର୍ବରୁ ଏବଂ ୧ ଅଗଷ୍ଟ ୨୦୦୨ପରେ ଜନ୍ମ ହୋଇନଥିବେ । ସାଧାରଣ ବର୍ଗର ପ୍ରାର୍ଥୀମାନେ ୩୨ ବର୍ଷର ବୟସ ସୀମା ସହିତ ମୋଟ ୬ ଥର ପ୍ରୟାସ କରିବେ ।

କିପରି ପଞ୍ଜିକରଣ କରିବେ ?
– UPSC ଅଫିସିଆଲ୍ ୱେବସାଇଟ୍ upsc.gov.in.କୁ ଯାଆନ୍ତୁ ।
– ହୋମପେଜରେ ‘What’s New section’କୁ ଯାଆନ୍ତୁ ।
– ଏହା ପରେ, “Examination Notification: Civil Services (Preliminary) Examination, 2023” ଲିଙ୍କରେ କ୍ଲିକ୍ କରନ୍ତୁ ।
-ବିସ୍ତୃତ ବିଜ୍ଞପ୍ତି ଯାଞ୍ଚ କରନ୍ତୁ ଏବଂ ପରୀକ୍ଷା ପାଇଁ ଆବେଦନ କରିବାକୁ ଆଗକୁ ବଢ଼ନ୍ତୁ ।
-ନିର୍ଦ୍ଦେଶ ଅନୁଯାୟୀ UPSC CSE ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ସବିଶେଷ ତଥ୍ୟ ଯାଞ୍ଚ କରନ୍ତୁ ।
-ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ ।
-ଏହାପରେ ଆପ୍ଲିକେସନ ଫର୍ମର ଏକ ପ୍ରିଣ୍ଟଆଉଣ୍ଟ କାଢି ରଖନ୍ତୁ ।
ତେବେ ସିଭିଲ ସେବା ପ୍ରାରମ୍ଭିକ ପରୀକ୍ଷା ୨୮ ମେ’ରେ ଆୟୋଜିତ କରାଯିବ ।

Get real time updates directly on you device, subscribe now.