UPSC ଇଞ୍ଜିନିୟରିଂ ସର୍ଭିସ୍ ୨୦୨୫: ସ୍ଥଗିତ ହେଲା ପ୍ରିଲିମ୍ସ ଓ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଇଞ୍ଜିନିୟରିଂ ସର୍ଭିସ୍ ପରୀକ୍ଷା ୨୦୨୫ ସ୍ଥଗିତ ହୋଇଛି । ୟୁପିଏସସି ଇଞ୍ଜିନିୟରିଂ ସେବା ପରୀକ୍ଷା (ଇଏସଇ) ପାଇଁ ପୁଣି ଥରେ ୱିଣ୍ଡୋ ଓପନ ପାଇଁ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ପ୍ରାର୍ଥୀମାନେ ନଭେମ୍ବର ୨୨ ସୁଦ୍ଧା ନିଜ ନିଜର ପଞ୍ଜିକରଣ କରିପାରିବେ । ୟୁପିଏସସି ଇଏସଓ ୨୦୨୫ ରେଜିଷ୍ଟ୍ରେସନ ଫର୍ମ ବନ୍ଦ କରାଯାଇଥିବା ବେଳେ ଏବେତାହାକୁ ପୁଣି ଥରେ ଖୋଲାଯିବ ।

ଚଳିତ ବର୍ଷ ଠାରୁ ୟୁପିଏସସି ଇଏସଇ ଜରିଆରେ ରେଲୱେ ପ୍ରାର୍ଥୀଙ୍କୁ ନିଯୁକ୍ତି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ପ୍ରସ୍ତୁତି ପାଇଁ ପ୍ରାର୍ଥୀଙ୍କ ପାଇଁ ସମୟର ଆବଶ୍ୟକତା ରହିଥିବାରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ (ଆଇଆରଏମଏସ) ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଇଏସଇ ୨୦୨୫ ପ୍ରିଲିମିନାରୀ ପରୀକ୍ଷା ଜୁନ ୮ରେ ଓ ମୁଖ୍ୟ ପରୀକ୍ଷା ଅଗଷ୍ଟ ୧୦ରେ ହେବା ନେଇ ନୂଆ ତାରିଖ ଘୋଷଣା କରାଯାଇଛି ।

Get real time updates directly on you device, subscribe now.