fbpx

ଉର୍ଫି ଜାଭେଦଙ୍କୁ କାହିଁକି ବାନ୍ଧିନେଲା ପୋଲିସ ? ମୁହଁରୁ ଉଡ଼ିଗଲା ରଙ୍ଗ, Video ଭାଇରାଲ

Advertisement

ନୂଆଦିଲ୍ଲୀ: ପ୍ରତିଦିନ ଉର୍ଫି ଜାଭେଦ୍ ଏପରି କିଛି କାମ କରନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୁଏ । ନିଜର ଅତରଙ୍ଗୀ ଫ୍ୟାଶନ୍ ଯୋଗୁଁ ଉର୍ଫି ସବୁବେଳେ ଟ୍ରୋଲର ଶିକାର ହୁଅନ୍ତି । ଅନେକ ଥର ତାଙ୍କ ଲୁକ୍ ଯୋଗୁଁ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳିସାରିଛି, ଯାହାର ସୂଚନା ସେ ଖୋଦ୍ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଏବେ ପୁଣି ଉର୍ଫିଙ୍କ ଜୀବନରେ ବିପଦର ବାଦଲ ବୁଲୁଥିବା ଦେଖିବାକୁ ମିଳିଛି । ସକାଳୁ-ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛିଳ ଯେଉଁଥିରେ ୨ ମହିଳା ପୋଲିସକର୍ମୀ ଗିରଫ କରି ନେଇଯାଉଥିବା ଦେଖିବାକୁ ମିଳିଛି ।

ଭିଡିଓରେ ସେ ରେଷ୍ଟୁରାଷ୍ଟରେ ଥିବାର ଦେଖବାକୁ ମିଳିଛି । ସେଠାରେ ମହିଳା ପୁଲିସ୍ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଛନ୍ତି । ଉର୍ଫି ଚିଲେଇ ଚିଲେଇ ଥାନା କାହିଁକି ଯିବି ବୋଲି ପଚାରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରିବେ ବୋଲି ପୋଲିସ୍ କହୁଥିବାର ଶୁଣିବାକୁ ମିଳୁଛି ।

ଉର୍ଫିଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ କେହି କେହି ଏଥିରେ ଚକିତ ହୋଇଥିବା ବେଳେ ଆଉ କେହି ଏହାକୁ ଅବିଶ୍ୱାସ କରୁଛନ୍ତି । ‘ପବ୍ଲିସିଟି’ ପାଇଁ ଉର୍ଫି ଜାଣି ଜାଣି ଏପରି କରିଛନ୍ତି ବୋଲି କିଛି ଲୋକ ଦାବି କରୁଛନ୍ତି ।

ଏହି ଭିଡିଓରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ”ଓଭରଆକ୍ଟିଂ ପାଇଁ ୫୦ ଟଙ୍କା କାଟିଦିଅ” । ଅନ୍ୟ ଜଣେ ଲେଖିଛନ୍ତି, ”ଲୋକ ଖବରରେ ରହିବା ପାଇଁ କ’ଣ କ’ଣ ନକରୁଛନ୍ତି!”

ଅନ୍ୟପଟେ ଉର୍ଫି ଜାଭେଦ ପ୍ରକୃତରେ ଛୋଟ ପୋଷାକ ପିନ୍ଧିଥିବାରୁ ପୋଲିସ ତାଙ୍କୁ ଅଟକ ରଖିଛି ନା ଏହା ତାଙ୍କର କିଛି ନୂଆ ପ୍ରଚାର ପ୍ରସାର, ତାହା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ଉର୍ଫି ଜାଭେଦ ବାନ୍ଦ୍ରା ପୋଲିସ ଷ୍ଟେସନର ଚକ୍କର କାଟିସାରିଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

Get real time updates directly on you device, subscribe now.