fbpx

ୟୁରିକ୍ ଏସିଡ୍ କୁ ବହୁତ ବଢାଇଦିଏ ଏହିସବୁ ଖାଦ୍ୟ, ଖାଉଥିଲେ ସତର୍କ ହୋଇଯାଆନ୍ତୁ

Advertisement

ଆଜିକାଲି ୟୁରିକ୍ ଏସିଡ୍ ବଢିବା ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ଶରୀରରେ ୟୁରିକ୍ ଏସିଡ୍ ମାତ୍ରା ସେତେବେଳେ ବଢିଥାଏ ଯେତେବେଳେ କିଡନୀ ଏହାକୁ ଫିଲଟର କରିବାରେ ବିଫଳ ହୋଇଥାଏ । ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ପାଇଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବା ଜଏଣ୍ଟ ପେନ୍ ବୃଦ୍ଧି ପାଇଥାଏ ।
ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ବହୁ ମାତ୍ରାରେ ବୃଦ୍ଧି ପାଏ ଓ କିଡନୀ ଏହାକୁ ଠିକ୍ ଭାବରେ ଫିଲଟର କରିପାରେ ନାହିଁ ସେତେବେଳେ ରକ୍ତରେ ୟୁରିକ୍ ଏସିଡର ମାତ୍ରା ବୃଦ୍ଧି ପାଏ । ଏହି କାରଣରୁ ଆଣ୍ଠୁ ଗଣ୍ଠି ଏବଂ ଜଏଣ୍ଟ ସ୍ଥାନମାନଙ୍କରେ ଯନ୍ତ୍ରଣା ବଢିଯାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବୃଦ୍ଧି ପାଇଥାଏ ।
ମିଠା ପାନୀୟ କିମ୍ବା ମିଠା ଖାଦ୍ୟ:
ଡାଇବେଟିସ୍ ସହିତ ଆଣ୍ଠୁଗଣ୍ଠି ରୋଗୀଙ୍କ ଲାଗି ମଧ୍ୟ ମିଠା ପାନୀୟ କିମ୍ବା ମିଠା ଜାତୀୟ ଖାଦ୍ୟ ଜହର ସମାନ ହୋଇଥାଏ । ଯେଉଁଥିରେ ସୁଗାର ରହିଥାଏ ସେଥିରେ ପ୍ୟୁରିନ୍ ମାତ୍ରା ଅଧିକ ରହିଥାଏ । ଏହା ଦ୍ୱାରା ୟୁରିକ୍ ଏସିଡ୍ ବୃଦ୍ଧି ପାଇଥାଏ ।
କ୍ୟାଣ୍ଡି, ଚକୋଲେଟ୍:
କର୍ଣ୍ଣ ସିରପରେ ରହିଛି ଆର୍ଟିଫିସିଆଲ୍ ସୁଗାର ଯାହା କ୍ୟାଣ୍ଡି, ଚକୋଲେଟ୍, ମିଠା ପାନୀୟ ଆଦିରେ ବ୍ୟବହାର କରାଯାଏ । ଏହିସବୁ ଜିନିଷ ଖାଇଲେ ୟୁରିକ୍ ଏସିଡ୍ ବହୁ ମାତ୍ରାରେ ବଢିଯାଏ ।
ମଦ୍ୟପାନ:
ମଦ କିଡନୀରୁ ୟୁରିକ୍ ଏସିଡକୁ ବାହାରକୁ ଆସିବାକୁ ଦିଏ ନାହିଁ । ମଦରେ ପ୍ୟୁରିନ୍ ନ ଥିଲେ ମଧ୍ୟ ଏହା ୟୁରିକ୍ ଏସିଡ୍ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ରେଡ୍ ମିଟ୍:
ସେହିପରି ରେଡ୍ ମିଟ୍ରେ ମଧ୍ୟ ପ୍ୟୁରିନ୍ ମାତ୍ରା ଅଧିକ ରହିଛି । ତେଣୁ ଏହା ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ବୃଦ୍ଧି ପାଇଥାଏ ।
ସି’ ଫୁଡ୍:
ସି’ ଫୁଡ୍ରେ ବି ପ୍ୟୁରିନ୍ ମାତ୍ରା ଅଧିକ ରହିଛି । ତେଣୁ ଆପଣ ଯେତେ କମ୍ ପରିମାଣରେ ଏହି ସି ଫୁଡ୍ ଖାଇବେ ଆପଣଙ୍କ ଲାଗି ତାହା ସେତେ ଭଲ ।

Get real time updates directly on you device, subscribe now.