fbpx

ଆପଣଙ୍କ ପରିସ୍ରାରେ ଧଳା ରଙ୍ଗର କଣିକା ଦେଖାଯାଉଛି କି, ତାହା ଏହି ୫ଟି ଭୟଙ୍କର ରୋଗର ଲକ୍ଷଣ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆପଣଙ୍କର ପରିସ୍ରାରେ କିଛି ଧଳା ରଙ୍ଗର କଣିକା ଆସିଥାଏ । ତେବେ ଅନେକ ଲୋକ ଏହାକୁ ଅଣଦେଖା କରିଦେଇଥାନ୍ତି । ଏଥିପାଇଁ ପରବର୍ତ୍ତୀ ସମୟରେ ଆପଣଙ୍କୁ ଭୟଙ୍କର ରୋଗର ସାମ୍ନା କରିବାକୁ ପଡ଼ିଥାଏ । ସାଧାରଣ ଭାବେ ପ୍ରେଗନାନ୍ସି, ଇନଫେକସନ୍ ଓ କିଡନୀ ଷ୍ଟୋନ ପରିସ୍ରାରେ କିଛି ଧଳା କଣିକା ଦେଖାଯାଇଥାଏ । ଏହାଫଳରେ ଆପଣଙ୍କର ପରିସ୍ରା କ୍ଲାଉଡି ପରି ଦୃଶ୍ୟମାନ ହୋଇଥାଏ ।

ତେବେ ଏହି ଧଳା କଣିକା ଅନେକ ରୋଗର ଲକ୍ଷଣ ହୋଇପାରେ । ଗର୍ଭଧାରଣ ସମୟରେ ମହିଳାଙ୍କଠାରେ ଏପରି ପରିବର୍ତ୍ତନ ଦେଖାଦେଇଥାଏ । ଶରୀରରେ ଭାଜାଇନାଲ ଡିସଚାର୍ଜ ସମୟରେ ତାହା ୟୁରିନ ସହ ମିଶ୍ରଣ ହୋଇଯାଇଥାଏ । ଫଳରେ ପରିସ୍ରା ଧଳା ପାର୍ଟିକିଲ୍ସ ପରି ଦେଖାଯାଇଥାଏ । ଯଦି ଆପଣଙ୍କଠାରେ ଡିସଚାର୍ଜର ରଙ୍ଗ ଡାର୍କ ହେବା ସହ ଖୁଜଲି, ଜ୍ୱଳନ ଲକ୍ଷଣ ଦେଖାଦିଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ୟୁରିନରୀ ଟ୍ରେକ୍ଟ ଇନଫେକସନ (ୟୁଟିଆଇ) ହେବା ଦ୍ୱାରା ଧଳା କଣିବା ଆସିବା ଏକ ସାଧାରଣ କଥା । ବ୍ୟାକ୍ଟେରିଆ ମୁତ୍ରମାର୍ଗରେ ରହିଥିବାରୁ ବ୍ଲେଡର, କିଡନୀରେ ପହଞ୍ଚିବା ଫଳରେ ସେମାନଙ୍କ ସଂଖ୍ୟା ବଢ଼ିଯାଇଥାଏ । କିଛି ମହିଳାଙ୍କ ଠାରେ ଓବ୍ୟୁଲେସନ ସମୟରେ ଭାଜାଇନାରୁ ଧଳା ରଙ୍ଗର ପଦାର୍ଥ ନିର୍ଗତ ହୋଇଥାଏ ।

ଯେତେବେଳେ ଶରୀରରେ ୟୁରିକ ଏସିଡ ବା କ୍ୟାଲସିୟମ ଅକ୍ଟୋଲେଟ ପରି ପଦାର୍ଥର ଲେବଲ ବଢ଼େ, ସେତେବେଳେ କିଡନୀ ଷ୍ଟୋନ ଦେଖାଦେଇଥାଏ । ଯେତେବେଳେ ଷ୍ଟୋନର ସାଇଜ୍ ଛୋଟ ଥାଏ, ସେତେବେଳେ ତାହା ମୁଦ୍ର ଭାବେ ବାହାରକୁ ବାହାରିବା ବେଳେ ଧଳା କଣିକା ରୂପରେ ଦେଖାଯାଇଥାଏ । ପ୍ରୋଷ୍ଟେଟ ଗ୍ରନ୍ଥିରେ ହେଉଥିବା ସୂଜନ ଓ ୟୀଷ୍ଟ ଇନଫେକସନ କାରଣରୁ ୟୁରିନରେ ଧଳା କଣିକା ଜାତ ହୋଇଥାଏ ।

Get real time updates directly on you device, subscribe now.