fbpx

(Video) ବାଥରୁମରେ ଉର୍ବସୀ… ଇଣ୍ଟରନେଟରେ Private Video ଲିକ୍: ଭାଇରାଲ ହେଉଛି ଭିଡିଓ

ଓଡ଼ିଶା ଭାସ୍କର: ବଲିଉଡ ସୁନ୍ଦରୀ ଉର୍ବସୀ ରୌତେଲା ନିଜ ଲୁକ୍ ଏବଂ ଅନ୍ଦାଜ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ ଆକ୍ଟିଭ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ସେ ଏକ ଭିଡିଓ ପାଇଁ ଇଣ୍ଟରନେଟରେ ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଉର୍ବସୀ ରୌତେଲାଙ୍କର ଏକ ପ୍ରାଇଭେଟ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାଥରୁମରେ ଉର୍ବସୀ ଗାଧୋଇବା ସମୟର ଏକ ଭିଡିଓ ଏବେ ଇଣ୍ଟରନେଟରେ ପାରା ବଢାଇଛି । ଗାଧୋଇବା ବେଳେ ଉର୍ବସୀଙ୍କ ଭିଡିଓ ରେକର୍ଡ ହୋଇଥିବା ବେଳେ ଏହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଫଟୋଗ୍ରାଫର ଯୋଗେନ୍ ଶାହ ଉର୍ବସୀଙ୍କ ଏହି ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ତେବେ ଇଣ୍ଟରନେଟରେ ଉର୍ବସୀଙ୍କ ଏହି ଭିଡିଓ ଦେଖି ଅନେକ ୟୁଜର ଭିଡିଓରେ ବିଭିନ୍ନ ପ୍ରକାରର କମ୍ଣେଟ ଦେଇଛନ୍ତି । ବାଥରୁମରୁ ଭିଡିଓ ଲିକ୍ ହୋଇ ଭାଇରାଲ ହେବା ପରେ ଉର୍ବସୀଙ୍କ ପ୍ରାଇଭେସୀକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଫ୍ୟାନ୍ସ । ଅନେକ ଲୋକ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଅନେକ ଲୋକ ଏହି ଘଟଣା ପରେ ଉର୍ବସୀଙ୍କ ସମର୍ଥନ କରିଥିବା ମଧ୍ୟ ଦେଖାଯାଇଛି ।

ଭିଡିଓରେ ଦେଖାଯାଇଛି ଯେ, ଉର୍ବସୀ ଏକ ଟାୱେଲ ଧରି ବାଥରୁମ ଭିତରକୁ ଆସୁଛନ୍ତି । ଏହାପରେ ଟାୱେଲ ରଖି ସେ ନିଜ କେଶ ସଜାଡ଼ିଥିବା ମଧ୍ୟ ଦେଖାଯାଉଛି । ଏହାପରେ ଗାଧୋଇବା ପାଇଁ ସେ ନିଜ ଡ୍ରେସ ଖୋଲିବା ବେଳେ ମଧ୍ୟ ଏହି ଭିଡିଓ ରେକର୍ଡ ହୋଇଛି । ତେବେ ଏହି କିଛି ସେକେଣ୍ଡର ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେପୋଷ୍ଟ କରି ଯୋଗେନ୍ ଶାହ କ୍ୟାପ୍ସନରେ ଲେଖିଛନ୍ତି ଯେ, ଉର୍ବସୀ ରୌତେଲାଙ୍କ ପ୍ରାଇଭେଟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏ କ’ଣ ହେଉଛି? ତେବେ ଏହା ପଛର ରହସ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ । ପ୍ରକୃତରେ ଉର୍ବସୀଙ୍କ ପ୍ରାଇଭେଟ ଭିଡିଓ ଲିକ୍ ହୋଇଛି, କିମ୍ବା ଏହା କୌଣସି ସିନେମାର ଏକ ଦୃଶ୍ୟ, ସେ ନେଇ ଏବେ ଚର୍ଚ୍ଚା ହେଉଛି ।

 

View this post on Instagram

 

A post shared by yogen shah (@yogenshah_s)

Get real time updates directly on you device, subscribe now.