fbpx

ଟି-୨୦ ବିଶ୍ଵ କପ୍ ପରେ ଆମେ ପନ୍ତଙ୍କ ସହ ତୁମର ବିବାହ କରାଇ ଦେବୁ, ଉର୍ବଶୀଙ୍କୁ ପୁଣି ଥରେ ଟ୍ରୋଲ କଲେ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓ୍ଵିକେଟ୍ କିପର ବ୍ୟାଟସମୟାନ ଋଷଭ ପନ୍ତ ସଂପ୍ରତି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ବ୍ୟାଟସମ୍ୟାନ ନିଜ ଖେଳ ପାଇଁ ନୁହେଁ ବରଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ପାଇଁ। ଭାରତୀୟ ଦଳ ଯେଉଁଠି ଯେଉଁଠି କ୍ରିକେଟ୍ ଖେଳୁଛି ସେଠାରେ ପହଞ୍ଚି ଯାଉଛନ୍ତି ଉର୍ବଶୀ ରୌତେଲା। ଏଥିପାଇଁ ପ୍ରଶଂସକଙ୍କୁ ଲାଗୁଛି, ଉର୍ବଶୀ ପନ୍ତଙ୍କ ପଛରେ ପଡି ଯାଇଛନ୍ତି। ଏହା ପରେ ବି ଉର୍ବଶୀ ପନ୍ତଙ୍କୁ ନେଇ କିଛି ନା କିଛି ବୟାନ ଦେଉଛନ୍ତି। ଏହି କାରଣରୁ ସେ ଲଗାତାର ଟ୍ରୋଲ ହେବାରେ ଲାଗିଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ବିଶ୍ଵ କପ୍ ପାଇଁ ଅଷ୍ଟ୍ରେଲିଆରେ ଅଛି। ଆଉ ଉର୍ବଶୀ ସାମାଜିକ ଗଣମାଧ୍ୟମ ଜରିଆରେ ଅଷ୍ଟ୍ରେଲିଆରେ ପହଞ୍ଚିଥିବାର ସୂଚନା ଦେଇଛନ୍ତି। ଏହା ପରଠୁ ପ୍ରଶଂସକ ତାଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି।

ଏହି କ୍ରମରେ ମଙ୍ଗଳବାର ଉର୍ବଶୀ ଏକ ନୂତନ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ସେ ଗାଢ ଲାଲ ରଙ୍ଗର ଶାଢୀ ପିନ୍ଧିବା ସହିତ ମଥାରେ ସିନ୍ଦୂର ରହିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ସେୟାର କରି ଉର୍ବଶୀ ଲେଖିଛନ୍ତି, ‘ପ୍ରେମରେ ପଡିଥିବା ପ୍ରେମିକାଙ୍କୁ ସିନ୍ଦୂରଠୁ ପ୍ରିୟ ଆଉ କିଛି ନୁହେଁ। ସବୁ ରୀତି ନୀତି ପରମ୍ପରା ସହ ଦରକାର, ସାରା ଜୀବନ ତୁମ ସହ ରହିବି ପ୍ରିୟେ।‘

ହେଲେ ଏହି ପୋଷ୍ଟରେ ଉର୍ବଶୀ କେଉଁଠି ବି ଋଷଭ ପନ୍ତଙ୍କ ନାମ ଉଲ୍ଲେଖ କରି ନାହାନ୍ତି। ତଥାପି ପ୍ରଶଂସକ ଉର୍ବଶୀ ଏମିତି ପନ୍ତଙ୍କ ପାଇଁ କରିଥିବା କହିଛନ୍ତି। ଏହି ଫଟୋ ଉପରେ ଜଣ ପ୍ରଶଂସକ ଲେଖିଛନ୍ତି, ବିଶ୍ଵ କପ୍ ପର‌୍ୟ୍ୟନ୍ତ ଦୟା କରି ପନ୍ତଙ୍କୁ ଛାଡିଦିଅ। ଆଉ ଜଣେ ଲେଖିଛନ୍ତି, ବିଶ୍ଵ କପ୍ ପରେ ଆମେ ତୁମର ବିବାହ ପନ୍ତଙ୍କ ସହ କରାଇ ଦେବୁ, ଦୟାକରି ତାଙ୍କୁ ଡାଇଭର୍ଟ କରନ୍ତୁ ନାହିଁ।

Get real time updates directly on you device, subscribe now.