fbpx

ଦେଶ ଛାଡିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲା ଆମେରିକା, ଏମିତି ଜବାବ ଦେଇଥିଲେ ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଜାରି ରହିଛି ରୁଷର ହମଲା। ସେପଟେ ରୁଷ ସୈନିକ ସହିତ ପ୍ରାଣମୂର୍ଚ୍ଛା ଲଢୁଛନ୍ତି ୟୁକ୍ରେନ ସେନା। ରୁଷ ଆକ୍ରମଣ ପରଠୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଲଗାତାର ନିଜର ବୟାନ ଏବଂ ନିର୍ଣ୍ଣୟରେ ୟୁକ୍ରେନ ପାଇଁ ନିଜର ପ୍ରତିବଦ୍ଧତା ଜାହିର କରୁଛନ୍ତି। କିନ୍ତୁ ସେ ଏ ପର୍ଯ୍ୟନ୍ତ ରୁଷ ବିରୋଧରେ ଲଢିବାକୁ ନିଜର ସେନା ୟୁକ୍ରେନ ପଠାଇ ନାହାନ୍ତି। ଆମେରିକା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିରି ଜେଲେନସ୍କିଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦେବା ସହ ବିମାନ ପଠାଇବାକୁ ପ୍ରସ୍ତାବ ଦେଇଥିଲା। ତେବେ ଜେଲେନସ୍କି ଆମେରିକାର ଏହି ପ୍ରସ୍ତାବ ଅଗ୍ରାହ୍ୟ କରିଛନ୍ତି। ଜେଲେନସ୍କି କହିଥିଲେ, ଯଦି କିଛି ପଠାଇବାର ଅଛି ତ ଆମ ପାଖକୁ ଯୁଦ୍ଧ ଲଢିବାକୁ ଜରୁରୀ ହତିଆର ଏବଂ ଅନ୍ୟ ସାମଗ୍ରୀ ପଠାନ୍ତୁ।

ଆମେରିକା ଏବଂ ରୁଷ ଦୁଇ ଶକ୍ତିଶାଳୀ ଦେଶ ଏବଂ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ। ତେଣୁ ଦୁଇ ଦେଶ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ବିବାଦ ଲାଗି ରହିବା ସ୍ଵାଭାବିକ। ଏହି କାରଣରୁ ବାଇଡେନ୍ ରୁଷକୁ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଅନେକ କଟକଣା ଲଗାଇଛନ୍ତି। କିନ୍ତୁ ୟୁକ୍ରେନ ଯୁଦ୍ଧଠୁ ସେ ନିଜକୁ ଦୂରେଇ ରଖିଛନ୍ତି।

ବାଇଡେନ ନିଜର ସୈନିକ କିଭ୍ ପଠାଇବାକୁ ପ୍ରସ୍ତୁତ ନାହାନ୍ତି। ଏପରିକି ଏ ପର୍ଯ୍ୟନ୍ତ ଆମେରିକା ତରଫରୁ ୟୁକ୍ରେନକୁ କୌଣସି ହତିଆର ମଧ୍ୟ ପଠାଯାଇ ନାହିଁ। କିନ୍ତୁ ଆମେରିକା ୫୪ ମିଲିୟନ ଡଲାରର ଅତିରିକ୍ତ ମାନବିକ ସହାୟତା ପ୍ରଦାନ କରିଛି। ଭାରତ ତରଫରୁ ମଧ୍ୟ ୟୁକ୍ରେନକୁ ମାନବିକ ସହାୟତା ଯୋଗାଇ ଦିଆଯାଉଛି।

Get real time updates directly on you device, subscribe now.