fbpx

ଭାରତକୁ ଆସୁଛି ଏପରି ଅସ୍ତ୍ର ଯାହା ଚୀନ୍‌-ପାକ୍ ଲାଗି ସାଜିବ କାଳ, ଜାଣନ୍ତୁ କ’ଣ ଏହି ଅସ୍ତ୍ର ଏବଂ କେଉଁଠୁ ଆସିବ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ଲାଗି ଗଭୀର ସମୁଦ୍ର ଓ ଉଚ୍ଚ ପାହାଡ ଅଞ୍ଚଳରେ ବିି ଭାରତକୁ ଭୟ କରିବାର ଆଉ ଏକ କାରଣ ଆସିଯାଇଛି । ଆମେରିକା ସରକାର ଭାରତକୁ ୩.୯୯ ବିଲିଅନ୍ ଆମେରିକୀୟ ଡଲାର ବଦଳରେ ୩୧ ଏମକ୍ୟୁ-୯ବି ରିମୋଟଲି ପାଇଲଟେଡ୍ ଯୁଦ୍ଧବିମାନ (RPA) ଓ ଏହା ସମ୍ବନ୍ଧିତ ଉପକରଣ ବିକ୍ରୀ ଲାଗି ମଞ୍ଜୁରୀ ଦେଇଦେଇଛି ।
ଭାରତ ସରକାର ୩୧ ଏମକ୍ୟୁ-୯ବି ସ୍କାଇ ଗାର୍ଜିଅନ ବିମାନ ଓ ଏହା ସମ୍ବନ୍ଧିତ ଉପକରଣ ଯେପରିକି ୧୬୧ ଏମ୍ବେଡେଡ ଗ୍ଲୋବାଲ ପୋଜିସନିଂ ଓ ଇନର୍ସିଆଲ ନାଭିଗେସନ ସିଷ୍ଟମ, ୧୭୦ AGM-114R ହେଲଫାୟାର ମିସାଇଲ,8 GBU-39 B/B LSDB ଗାଇଡେଡ୍ ଟେଷ୍ଟ ବାହାନ ସହିତ ଅନ୍ୟାନ୍ୟ ସମ୍ବନ୍ଧିତ ଉପକରଣ ମଧ୍ୟ ଆଣୁଛି । ଏହାସହିତ ଆଗାମୀ ଦିନରେ ଆର୍ମଡ୍ ଡ୍ରୋନ୍ MQ-9B ଲାଗି ମଧ୍ୟ ଚୁକ୍ତି କରିବ ।

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ମୋଦୀ ଓ ବାଇଡେନ୍‌ଙ୍କ ମଧ୍ୟରେଏହି ଡିଲ୍ ହୋଇଥିଲା । ଆର୍ମଡ୍ ଡ୍ରୋନ MQ-9B ର ବିଭିନ୍ନ ପ୍ରକାର ଭର୍ସନ ରହିଛି ଓ ଏହା ଅଲଗା ଅଲଗା ନାମରେ ବି ପରିଚିତ ଯେପରିକି MQ-9B ରିପର, ସି ଗାର୍ଡିଅନ ଓ ସ୍କାଇ ଗାର୍ଡିଅନ୍ । ତେବେ ଆମେରିକା ସହ ଏହି ଡିଲ୍ ବହୁଦିନ ଧରି ଅଟକି ରହିଥିଲା । ଭାରତ ଆମେରିକା ଠାରୁ ୩୧ ଏମକ୍ୟୁ-୯ବି ରିପର ଡ୍ରୋନ୍ ଆଣିବ । ଏଥିମଧ୍ୟରୁ ୧୫ ଡ୍ରୋନ ଭାରତୀୟ ନୌସେନାକୁ, ୮ ସ୍ଥଳସେନାକୁ, ୮ ବାୟୁସେନାକୁ ମିଳିବ । ସବୁଠାରୁ ଅଧିକ ନୌସେନାକୁ ମିଳିବ କାରଣ ଏହାର ସୁରକ୍ଷା ଇଲାକା ଅନ୍ୟ ୨ ସେନା ଠାରୁ ବହୁତ ଅଧିକ ।

ଏଠାରେ ସୂଚାଇ ଦିଆଯାଇପାରେ କି ଅଲକାଏଦାକୁ ନିପାତ କରିବାରେ ଏହି ପ୍ରିଡେଟର ଡ୍ରୋନର ସବୁଠାରୁ ବଡ ଭୂମିକା ଥିଲା । ୧୦୦୦କିଲୋମିଟର ଦୂରରେ ବସି ଏହି ଡ୍ରୋନ୍ ସାହାଯ୍ୟରେ କାହା ଉପରେ ନଜର ରଖାଯାଇପାରେ ଓ ତାହାକୁ ନିପାତ ବି କରାଯାଇପାରେ । ଏହି ଡ୍ରୋନ୍ ଏକାଥରକେ ୨୭ ଘଣ୍ଟା ପର୍ଯ୍ୟନ୍ତ ୧୯୦୦କିମି ପର୍ଯ୍ୟନ୍ତ ଲଗାତର ଉଡାଣ ଭରିପାରିବ ।

Get real time updates directly on you device, subscribe now.