ଚଳନ୍ତା ଫ୍ଲାଇଟରେ ଦମ୍ପତି ଖୋଲିଲେ ଅନ୍ତଃବସ୍ତ୍ର, ଛୋଟ ଛୁଆଙ୍କ ସାମ୍ନାରେ ରୋମାନ୍ସ କରି ଗିରଫ

ଶେଷରେ ବିମାନକୁ ଛାଡ଼ିଲେ ନାହିଁ । ଚଳନ୍ତା ବିମାନରେ ଶାରୀରିକ ସମ୍ପର୍କ ।

ୱାଶିଂଟନ୍: ଆମେରିକାର ଜେଟବ୍ଲ୍ୟୁ ଫ୍ଲାଇଟରେ ଯାତ୍ରା କରୁଥିବା ଏକ ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ଦମ୍ପତି ସେମାନଙ୍କ ପିଲା ଓ ମା’ଙ୍କୁ ନେଇ ଯାତ୍ରା କରୁଥିବାବେଳେ ଚଳନ୍ତା ବିମାନରେ ରଖିଲେ ଶାରୀରିକ ସମ୍ପର୍କ ।

କ୍ରିଷ୍ଟୋଫର ଡ୍ରେଉ ଆରନୋଲ୍ଡ(୪୨) ଓ ଟ୍ରିଷ୍ଟା ଏଲ୍ ରେଲି(୪୩)ଙ୍କୁ ଗିରଫ କରିଛି ଆମେରିକୀୟ ପୋଲିସ । ବିମାନରେ ସେକ୍ସ କରିବା ଜଣାପଡ଼ିବା ପରେ ଦୁହିଁଙ୍କୁ ସାରାସୋଟା ବ୍ରାଡେଣ୍ଟୋଲ ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିଲା ।

ଜୁଲାଇ ୧୯ ତାରିଖର ଏ ଘଟଣା । ଜେଟ୍ ବ୍ଲ୍ୟୁ ବିମାନ ନ୍ୟୁୟର୍କରୁ ଫ୍ଲୋରିଡାର ସରାସୋଟା ଯାଉଥିଲା । ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ଜଣେ ମହିଳା ଦେଖି ବିମାନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ।

ମହିଳାଙ୍କ ସହିତ ଥିବା ୨ ଜଣ ପିଲା ମଧ୍ୟ ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । ଯାହାପରେ ରେଲି ଏବଂ ଆରନୋଲ୍ଡଙ୍କୁ ଗିରଫ କରାଯାଇଥିଲା । ଜେଟବ୍ଲ୍ୟୁ କର୍ତ୍ତୃପକ୍ଷ ଦମ୍ପତିଙ୍କୁ ବ୍ୟାନ୍ କରିଥିବା କୁହାଯାଉଛି।

ଘଟଣା ନେଇ ଅଗଷ୍ଟ ୧୫ରେ ସାରାସୋଟା କଣ୍ଟ୍ରି କୋର୍ଟରେ ଶୁଣାଣି କରାଯିବ । ବିମାନ ଭିତରେ ଏ ପ୍ରକାର କାର୍ଯ୍ୟ ଆଦୌ ଗ୍ରହଣିୟ ନୁହେଁ ବୋଲି ଜେଟବ୍ଲ୍ୟୁ ପକ୍ଷରୁ କୁହାଯାଇଛି ।