fbpx

ଆଫଗାନିସ୍ତାନକୁ ଆମେରିକା ପଠାଇଲା ୩୦୦୦ ସେନା, ଜାଣନ୍ତୁ କଣ ରହିଛି କାରଣ

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଅଫଗାନ୍ ମାନଙ୍କ ଉପରେ ଏବେ ତାଲିବାନ ମାନଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆମେରିକା ନିଜର ସେନା ପ୍ରତ୍ୟାହାର କରିନେବା ପରଠାରୁ ତାଲିବାନ ମାନେ ନିଜର କବଜା ଜମାଇବାରେ ଲାଗିଛନ୍ତି । ତେବେ ଇତି ମଧ୍ୟରେ ପୂଣିଥରେ ଆମେରିକା ନିଜର ସେନାକୁ ଆଫଗାନିସ୍ତାନକୁ ପଠାଇଛି । ହେଲେ ଏହି ସେନାକୁ ସେ ତାଲିବାନ ମାନଙ୍କୁ ଶେଷ୍ କରିବାକୁ ନୁହେଁ ବରଂ କାବୁଲରେ ଥିବା ନିଜର ଦୁତାବାସର କର୍ମଚାରୀ, ନାଗରିକ ଏବଂ ସ୍ପେଶାଲ୍ ଭିସା ଆବେଦନକାରୀଙ୍କୁ ନେବା ପାଇଁ ଏହି ସେନା ପ୍ରେରଣ କରିଛି । ଏହି କାମ ପାଇଁ ଆମେରିକା ପ୍ରାୟ ୩ହଜାର ସେନାକୁ ପଠାଇଛି ।

ଖବର ଅନୁଯାୟୀ, ଆଫଗାନିସ୍ତାନରେ ଅବସ୍ଥା ବିଗିଡୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ଆଫଗାନିସ୍ତାନକୁ ୩୦୦୦ ରୁ ଅଧିକ ସେନାଙ୍କୁ ପଠାଇ ସ୍ୱତନ୍ତ୍ର ଭିସା ଆବେଦନକାରୀ, ଦୁତାବାସର କର୍ମଚାରୀ, ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରୁଛି। ଏହି ସେନା ଖୁବ୍ ଶୀଘ୍ର କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥାପିତ ହେବେ। ଏଥିସହ ଆଫଗାନିସ୍ତାନରୁ ନିର୍ବାସିତ ହେଉଥିବା ଏବଂ ସ୍ୱତନ୍ତ୍ର ଭିସାରେ ଆମେରିକାକୁ ସ୍ଥାନାନ୍ତରିତ କରାଯାଉଛି । ଏଥିପାଇଁ ପ୍ରାୟ ୧୦୦୦ ଆମେରିକୀୟ ସୁରକ୍ଷା କର୍ମୀ କାତାରକୁ ପଠାଯିବ। ଆବଶ୍ୟକ ସ୍ଥଳେ ଆଫଗାନିସ୍ତାନକୁ ପଠାଯିବା ପାଇଁ ଆମେରିକାର ବେସ୍ ରୁ କୁଏତକୁ ୩୫,୦୦୦ ସେନା ନିୟୋଜିତ ହେବେ।

Get real time updates directly on you device, subscribe now.