fbpx

ଭାରତକୁ ଆମେରିକା ଦେଲା ଏମଏଚ୍-୬୦ଆର୍ ହେଲିକପ୍ଟର୍, ଜାଣନ୍ତୁ ଏହା କିପରି କରେ କାମ

ନୂଆଦିଲ୍ଲୀ: ଭାରତ-ଆମେରିକାର ପ୍ରତିରକ୍ଷା ସହଭାଗିତାକୁ ମଜବୁତ କରିବାକୁ ଯାଇ ଆମେରିକା ଆଜି ଭାରତୀୟ ନୌସେନାକୁ ଦୁଇଟି ଏମଏଚ୍-୬୦ ଆର୍ ମଲ୍ଟି ରୋଲ୍ ହେଲକପ୍ଟର୍ ହସ୍ତାନ୍ତର କରିଛି । ଏହା ଭାରତର ନୌସେନାର ଶକ୍ତି ବଢ଼ାଇବାରେ ସଫଳ ହେବ । ଭାରତ-ଆମେରିକା ନୌସେନାକୁ ସୁଦୃଢ଼ କରିବାକୁ ଯାଇ ଲକହୀଡ୍ ମାର୍ଟିନଙ୍କ ଦ୍ୱାରା ନିର୍ମିତ ଏହି ୨୪ଟି ହେଲିକପ୍ଟର୍ କୁ ୨.୪ ଅରବ୍ ଡଲାର୍ ମୁଲ୍ୟରେ କିଣିବାକୁ ଯାଉଛି ।

ଶୁକ୍ରବାର ଦିନ ସେନ୍ ଡିଏଗୋର ନୌସୈନ୍ୟ ଏୟାର ଷ୍ଟେସନ ନର୍ଥ ଆଇଲ୍ୟାଣ୍ଡ୍ ରେ ଆୟୋଜିତ ଏକ ସମାରୋହରେ ଆମେରିକାର ନୌସେନା ଦ୍ୱାରା ହେଲିକପ୍ଟର ଗୁଡିକୁ ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି। ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତରଣଞ୍ଜିତ ସିଂ ସନ୍ଧୁ ଏଥିରେ ଯୋଗ ଦେଇଥିଲେ। ସନ୍ଧୁ କହିଛନ୍ତି ଯେ ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ସଂପର୍କରେ ସବୁ ପାଣିପାଗରେ କାର୍ଯ୍ୟ କରିପାରୁଥିବା ମଲ୍ଟି ରୋଲ୍ ହେଲିକପ୍ଟର୍ ଯୋଗାଇବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏମଏଚ୍-୬୦ଆର୍ ହେଲିକପ୍ଟର ହେଉଛି ସବୁ ପାଣିପାଗରେ କାର୍ଯ୍ୟ କରିପାରୁଥିବା ହେଲିକପ୍ଟର । ବିମାନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଡିଜାଇନ୍ କରାଯାଇଛି । ଏହା ଭାରତୀୟ ନୌସେନାରେ ସାମିଲ ହେବାପରେ ଭାରତର ପ୍ରତିରୀକ୍ଷା କ୍ଷେତ୍ର ଆହୁରି ଦୃଢ଼ ହେବ ।

Get real time updates directly on you device, subscribe now.