ଆମେରିକା ନେଇଗଲା ସିଙ୍ଗଡ଼ା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲର ନୂଆ ଫଣ୍ଡା

ଆମେରିକାରେ ଭାରତୀୟ ପର୍ଯ୍ୟଟକଙ୍କୁ ଦିଆଯାଉଛି ଗୁରୁତ୍ୱ । ଯେଉଁ କାରଣରୁ ଭାରତୀୟ ଖାଦ୍ୟକୁ ନେଇ ବିଦେଶରେ ବଢ଼ିଚାଲିଛି ଚାହିଦା ।

ୱାଶିଂଟନ୍: ଭାରତର ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ପ୍ରିୟ ଜଳଖିଆ ପାଲଟିଥିବା ସିଙ୍ଗଡ଼ା ଏବେ ବିଦେଶରେ ନିଜ ପରିଚୟ ସୃଷ୍ଟି କରିଛି । ଆମେରିକାରେ ସିଙ୍ଗଡ଼ାର ଚାହିଦା ବଢ଼ିଛି, ଯେଉଁ କାରଣରୁ ପ୍ରତ୍ୟେକ ହୋଟେଲରେ ଭାରତୀୟ ବ୍ୟଞ୍ଜନ ସିଙ୍ଗଡ଼ା ସର୍ଭ କରାଯାଉଛି ।

ଏପରି କରିବା ପଛରେ ଲୁଚି ରହିଛି ଏକ ବଡ଼ କାରଣ । କୋରନା ମହାମାରୀ ପରଠାରୁ ଆମେରିକାରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା କ୍ରମାଗତ କମିବାରେ ଲାଗିଛି । ଯେଉଁ କାରଣରୁ ନୂଆ ପ୍ରକାର ଖାଦ୍ୟ ପରସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛି ଆମେରିକା ।

ଯେଉଁ କାରଣରୁ ଭାରତୀୟ ପର୍ଯ୍ୟଯଙ୍କ ପାଇଁ ହୋଟେଲ କର୍ତ୍ତୃପକ୍ଷ କରାୁଛନ୍ତି ବିଶେଷ ବନ୍ଦୋବସ୍ତ । ହୋଟେଲରେ ସମୋସା, ଚା’କୁ ପ୍ରାଧାନ୍ୟ ଦେବା ସହ ଭାରତରେ ପ୍ରଚଳିତ ଟିଭି ଚ୍ୟାନେଲର ସୁବିଧା ମଧ୍ୟ ଦିଆଯାଉଛି ।

ଚଳିତ ବର୍ଷ ପାଖାପାଖି ୧.୯ ନିୟୁତ ଭାରତୀୟ ଅମେରିକା ବୁଲିବାକୁ ଯାଇଛନ୍ତି । ୨୦୧୯ ତୁଳନାରେ ଚଳିତ ବର୍ଷ ୪୮% ଭାରତୀୟ ପର୍ଯ୍ୟଟକ ଆମେରିକା ଯାଇଛନ୍ତି । ଆମେରିକା ବୁଲିବା ପାଇଁ ଭାରତୀୟମାନଙ୍କ ମଧ୍ୟରେ ଥିବା ରୁଚିକୁ ବଢ଼ାଇବା ପାଇଁ ହୋଟେଲ ପକ୍ଷରୁ ସିଙ୍ଗଡ଼ା ଓ ଚା’ ସର୍ଭ କରାଯାଉଥିବା କହିଛନ୍ତି, ଏସିଆନ୍ ଆମେରିକାନ୍ ହୋଟେଲ ସିଇଓ କହିଛନ୍ତି ।

ରିପୋର୍ଟ ମୁତାବକ ଆମେରିକାକୁ ଚାଇନା, ଜାପାନ ଏବଂ ଦକ୍ଷିଣ କୋରିଆରୁ ୨୦୧୯ରୁ ଯେତେ ସଂଖ୍ୟକୁ ପର୍ଯ୍ୟଟକ ଆମେରିକା ବୁଲିବାକୁ ଯାଉଥିଲେ ତାହା ହ୍ରାସ ଘଟିଛି । ଯେଉଁ କାରଣରୁ ଭାରତୀୟ ଆମେରିକା ପାଇଁ ମୁଖ୍ୟ ପର୍ଯ୍ୟଟକ ପାଲଟିଛନ୍ତି ।