fbpx

US Open 2023: ମହିଳା ଏକକ ବର୍ଗରେ ପ୍ରଥମ ଥର ପାଇଁ ଚାମ୍ପିୟନ ହେଲେ ୧୯ ବର୍ଷୀୟ କୋକୋ ଗୌଫ୍‌, ମିଳିଲା ୧୫ କୋଟି ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିୟନ ହୋଇଛନ୍ତି ଆମେରିକାର ୧୯ ବର୍ଷୀୟ କୋକୋ ଗୌଫ୍ । ଗୌଫ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱ ନଂ-୧ ଖେଳାଳି ଆର୍ଯ୍ୟନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ସେଟ୍‌ରେ ହରାଇଛନ୍ତି । ସେରେନା ଉଇଲିୟମ୍ସଙ୍କ ପରେ ଗୌଫ ଦ୍ୱିତୀୟ ଯୁବ ଖେଳାଳି ଭାବରେ ଏହି ସଫଳତା ପାଇଛନ୍ତି । ସେରେନା ୧୮ ବର୍ଷ ବୟସରେ ୧୯୯୯ରେ ୟୁଏସ୍ ଓପନ ଜିତିଥିଲେ ।

ପ୍ରଥମ ସେଟ୍ ପ୍ରାୟତଃ ଏକ ପାଖିଆ ରହିଥିଲା, ଏବଂ ସବାଲେଙ୍କା ୪୦ ମିନିଟ୍‌ରେ ଏହି ସେଟ୍‌କୁ ଶେଷ କରି ଦେଇଥିଲେ । ଆରମ୍ଭରୁ ଗୌଫଙ୍କୁ ଚାପରେ ରଖି ସବାଲେଙ୍କା ମ୍ୟାଚ୍ ଆରମ୍ଭ କରିଥିଲେ । ତେବେ ପରବର୍ତ୍ତି ଦୁଇ ସେଟ୍‌ରେ ଗୌଫ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ସବାଲେଙ୍କାଙ୍କ ହାତରୁ ଛଡ଼ାଇ ନେଇଥିଲେ । ଏହି ବିଜୟ ପରେ ଗୌଫଙ୍କୁ ପ୍ରାୟ ୨୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ।

ବିଜୟ ପରେ ଗୋଫଙ୍କ ଆଖିରୁ ଲୁହ ଖସି ପଡ଼ିଥିଲା ଏବଂ ସେ ତୁରନ୍ତ ଯାଇ ତାଙ୍କ ପିତା-ମାତାଙ୍କୁ ଆଲିଘଂନ କରିଥିଲେ । ଗୌଫ ସେରେନା ଉଇଲିୟମ୍ସଙ୍କୁ ତାଙ୍କର ଆଦର୍ଶ ମାନୁଥିବା ବେଳେ ମାତ୍ର ୬ ବର୍ଷ ବୟସରେ ସେ ଟେନିସ୍ ଖେଳିବା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.