fbpx

ଜାନିକ ସିନର ହେଲେ US Open 2024 ର ଚାମ୍ପିୟନ, ଟେଲର ଫ୍ରିଟଜଙ୍କୁ ହରାଇ ହାସଲ କଲେ ଟ୍ରଫି

ନୂଆଦିଲ୍ଲୀ: ଦୁନିଆର ନମ୍ବର ୱାନ୍ ଟେନିସ ଖେଳାଳି ଜେନିକ ସିନର ୟୁଏସ ଓପନ ୨୦୨୪ରେ ବିଜୟ ଲାଭ କରି ଇତିହାସ ରଚିଛନ୍ତି। ସେ ଇଟାଲୀର ଏପରି ଖେଳିଳି ହୋଇଛନ୍ତି, ଯିଏ ୟୁଏସ ଓପନ ଗେମ୍ସ ସିଙ୍ଗଲ ଟାଇଟଲ ହାସଲ କରିଛନ୍ତି। ଜେନିକ ସିନର ଫାଇନାଲରେ ଆମେରିକାର ଟେଲର ଫ୍ରିଟଜଙ୍କୁ ହରାଇ ଟାଇଲେ ହାସଲ କରିଛନ୍ତି। ସିନର ଫ୍ରିଟଜଙ୍କ ବିପକ୍ଷରେ ରବିବାର ଦିନ ଆର୍ଥର ଏସ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ୬-୩,୬-୪ ଏବଂ ୭-୫ରେ ହରାଇଛନ୍ତି। ସିନର ଚଳିତ ବର୍ଷ ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ ଥିଲା, କାରଣ ସେ ୨୦୨୪ରେ ହିଁ ଅଷ୍ଟ୍ରେଲିଅନ ଓପନ ମଧ୍ୟ ଜିତିଥିଲେ। ଫ୍ରେଞ୍ଚ ଓପନର ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ।

ସିନର ଫ୍ରିଟଜଙ୍କୁ ହରାଇ ଷ୍ଟାଡିୟମରେ ଖୁସିରେ ହାତ ଉପରକୁ ଉଠାଇ ଦୌଡିଥିଲେ, ଏବଂ ଆର୍ଥର ଏସ ଷ୍ଟାଡିୟମରେ ଜୟକାର ଧ୍ୱନୀ ଗୁଞ୍ଜରିତ ହୋଇଥିଲା। ୨୩ ବର୍ଷୀୟ ସିନର ଓଭର ଅଲ ୟୁଏସ ଓପନ ଜିତିଥିବା ଇଟାଲୀର ଦ୍ୱିତୀୟ ଟେନିସ ଷ୍ଟାର ହøାଇଛନ୍ତି। ଏହା ପୂର୍ବରୁ ଏହି ଉପଲବ୍ଧି ଫ୍ଲାଭିଆ ପେନିଟା ହାସଲ କରିଥିଲେ। ସେ ୨୦୧୫ରେ ୟୁଏସ ଓପନ ମହିଳା ସିଙ୍ଗଲ ଫାଇନାଲରେ ରୋବର୍ଟା ଭିନ୍ସିଙ୍କୁ ହରାଇଥିଲେ।

Get real time updates directly on you device, subscribe now.