fbpx

କମଲା-ଟ୍ରମ୍ପଙ୍କ ମଧ୍ୟରେ ତୁ ତୁ ମେଁ ମେଁ, ଟ୍ରମ୍ପ କହିଲେ କମଲା ଇସ୍ରାଇଲକୁ ଘୃଣା କରୁଛନ୍ତି

ନୂଆଦିଲ୍ଲୀ:  ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ 2 ମାସ ବାକି ରହିଛି । ଆସନ୍ତା ନଭେମ୍ବର 5 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ପରମ୍ପରା ଅନୁସାରେ ଆଜି ମୁହାଁମୁହିଁ ହୋଇଛନ୍ତି କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପ । ହଟସିଟରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବିତର୍କ । ଅନେକ ଆଭିମୁଖ୍ୟକୁ ନେଇ ଦୁହେଁ ଦୁହିଁଙ୍କୁ ଘେରିଛନ୍ତି ।

ତେବେ ଟ୍ରମ୍ପଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଇଥିବା ନେଇ ସେ କହିଛନ୍ତି । ଡେମୋକ୍ରାଟ୍ସ ନୀତି ଯୋଗୁଁ ମୋତେ ଗୁଳି ବାଜିଲା । ମୋ ବିରୋଧରେ ଦାୟର ମାମଲା ମିଥ୍ୟା ବୋଲି ଦାବି କରିଛନ୍ତି ଟ୍ରମ୍ପ । ଅନ୍ୟପଟେ ଗର୍ଭପାତ ଉପରେ ରୋକ ଲଗାଇଛନ୍ତି ବୋଲି ଆରୋପ ଲଗାଇଥିଲେ କମଲା । ଏନେଇ ଟ୍ରମ୍ପ କହିଛନ୍ତି, ଗର୍ଭପାତ ପ୍ରତିବନ୍ଧକର ଆବଶ୍ୟକତା ନାହିଁ । ମୁଁ ଗର୍ଭପାତ ବ୍ୟାନ ଉପରେ ସହମତ ନୁହେଁ ।

ଇସ୍ରାଇଲ-ଗାଜା ଯୁଦ୍ଧ– ଇସ୍ରାଏଲ୍ ଏବଂ ଗାଜା ଯୁଦ୍ଧରେ କମଲା ହାରିସ୍ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଆପଣାଇଥିଲେ । ସେ ଇସ୍ରାଏଲର ସୁରକ୍ଷାକୁ ସମର୍ଥନ କରୁଥିବାବେଳେ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନିନ୍ଦା କରିଥିଲେ । ସେ କହିଛନ୍ତି, ଆମେ ଜାଣୁ ଯେ ଏହି ଯୁଦ୍ଧ ନିଶ୍ଚୟ ଶେଷ ହେବ । ଯୁଦ୍ଧ ସଙ୍କଟ ଦୂର କରିବା ପାଇଁ ହାରିସ୍ ଟୁ ଷ୍ଟେଟ ଫର୍ମୁଲାକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଟ୍ରମ୍ପ ଦାବି କରିଛନ୍ତି ଯେ, କମଲା ହାରିସ ଇସ୍ରାଏଲକୁ ଘୃଣା କରନ୍ତି ।

ଅର୍ଥନୀତିକୁ ନେଇ କମଲାଙ୍କ ଟାର୍ଗେଟ- ଟ୍ରମ୍ପ ନିଜ କାର୍ଯ୍ୟକାଳରେ ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି । ତାଙ୍କ ପାଖରେ କୌଣସି ସଠିକ ନୀତି ନଥିଲା । ଯଦି ମୁଁ କ୍ଷମତାକୁ ଆସେ ତାହେଲେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବି । ସୁଦୃଢ କରିବି ଅର୍ଥ ବ୍ୟବସ୍ଥା ।

ଆମେରିକା ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି-ଉପରାଷ୍ଟ୍ରପତି– କମଲା ହାରିସ ଏବଂ ବାଇବେନକୁ ଆକ୍ଷେପ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜୋ ବାଇଡେନ ଏବଂ କମଲା ହାରିସ ଆମେରିକା ଇତିହାସର ସବୁଠାରୁ ଖରାପ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ।

ଆମେ ପଛକୁ ଫେରିବୁ ନାହିଁ-କମଲା ହାରିସ ଡେମାକ୍ରାଟିକ ପାର୍ଟିକୁ ପୁନଃ ସରକାର ବନେଇବା ନେଇ ଭରସା ଦେଇଛନ୍ତି । ସେ କହିଛନ୍ତି ଆମେ ଆଉ ପଛକୁ ଫେରିବୁ ନାହିଁ ।

90 ମିନିଟର ବିତର୍କ ଭିତରେ ଟ୍ରମ୍ପ କମଲା ହାରିସଙ୍କ ଉପରେ ବଡ ଆରୋପ ଲଗାଇଛନ୍ତି । ସେ କହିଛନ୍ତି, କମଲା ହାରିସଙ୍କ ପିତା କମ୍ୟୁନିଷ୍ଟ । ପୁଟିନ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି । ଟ୍ରମ୍ପ କହିଛନ୍ତି ଯେ କୁକୁର ପରି ରାଷ୍ଟ୍ରପତି ନିର୍ବାଚନରୁ ବାଇଡେନଙ୍କୁ ଘୋଡାଇ ଦିଆଯାଇଥିଲା। ଏହା ଉପରେ କମଲା କହିଥିଲେ, ଦୁନିଆ ଆପଣଙ୍କ ଉପରେ ହସୁଛି । 8 କୋଟି ଲୋକେ ଆପଣଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦେଇଛନ୍ତି । କ୍ଷମତାକୁ ଆସିଲେ 24 ଘଣ୍ଟାରେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବି ବେଲି କହିଛନ୍ତି ଟ୍ରମ୍ପ ।

Get real time updates directly on you device, subscribe now.