fbpx

ଲାପଟପ୍-ମୋବାଇଲର ଅଧିକ ସମୟ ବ୍ୟବହାର ଦ୍ୱାରା ହୋଇପାରନ୍ତି ଗମ୍ଭୀର ରୋଗର ଶିକାର: ଅଧ୍ୟୟନ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ଦେଶର ସରକାର ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ କରିଛନ୍ତି । ତେବେ ଲକଡାଉନ୍ କାରଣରୁ ଶିକ୍ଷା, ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ଭର୍ଚୁଆଲ ମାଧ୍ୟମରେ ସବୁକିଛି କାର୍ଯ୍ୟ କରାଯାଉଛି । ଏହି କାରଣରୁ ଲାପଟପ୍ ଏବଂ ମୋବାଇଲ୍ ର ବ୍ୟବହାର ଅନେକ ମାତ୍ରାରେ ବଢ଼ିଯାଇଛି । ଯାହା ବର୍ତ୍ତମାନ ନିତିଦିନିଆ ହୋଇଯାଇଛି । ତେଣୁ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ଓ ଲାପଟପ୍ ରେ ଅଧିକ ସମୟ ବିତାଉଛନ୍ତି । ଏନେଇ ବିଶେଷଜ୍ଞ ମାନେ କହିଛନ୍ତି ଯେ, ସ୍କାର୍ଟ ଫୋନ୍, କମ୍ପ୍ୟୁଟର୍, ଲାପଟପ୍, ଟିଭି ଭଳି ଲାଇଟ୍ ଉତ୍ପନ୍ନକାରୀ ସ୍କ୍ରିନ୍ କୁ ଅଧିକ ସମୟ ପର୍ଯ୍ୟନ୍ତ ଦେଖିବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ବିଶେଷଜ୍ଞମାନେ କୁହନ୍ତି ଯେ, ପ୍ରଥମେ ପ୍ରଥମେ ସ୍ଥିତି ସାମନ୍ୟ ଥିଲା । କାରଣ ଲୋକମାନେ ନିୟନ୍ତ୍ରଣରେ ଲାଇଟ୍ ଉତ୍ପନ୍ନକାରୀ ଗ୍ୟାଜେଟ୍ ର ବ୍ୟବହାର କରୁଥିଲେ । କିନ୍ତୁ କରୋନା ମହାମାରୀ କାରଣରୁ ଲାପଟପ୍, ମୋବାଇଲ୍ ଭଳି ଜିନିଷର ବ୍ୟବହାର ଖୁବ୍ ବଢ଼ିଯାଇଛି । ଯୁବପିଢ଼ି ଘରେ ରହି କାମ କରୁଥିବାରୁ ଅଧିକ ସମୟ ପର୍ଯ୍ୟନ୍ତ ଲାପଟପ୍ କୁ ଦେଖୁଛନ୍ତି । ସେହିପରି ପିଲାମାନେ ଅନଲାଇନ୍ କ୍ଲାସ କରିବା ପାଇଁ ମୋବାଇଲ୍ ଫୋନ୍ ର ବ୍ୟବହାର କରୁଛନ୍ତି । ନିକଟରେ ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଏହା ଅନେକ ପ୍ରକାରର ମାନସିକ ରୋଗକୁ ଜନ୍ମ ଦେଇପାରେ ।

ମହାମାରୀ କାଳରେ ଲୋକମାନଙ୍କ ବଢ଼ୁଥିବା ସ୍କ୍ରିନ୍ ଟାଇମ୍ କୁ ହୋଇଥିବା ଅଧ୍ୟୟନରେ ଆଲର୍ଟ କରାଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ସ୍କ୍ରିନ୍ ଟାଇମ୍ ବଢ଼ିବା ଫଳରେ ଯୁବପିଢ଼ିଙ୍କ ଠାରେ ମାନସିକ ସମସ୍ୟା ଦେଖାଦେଉଛି । ଏହାକୁ ବିଶ୍ୱ ସ୍ତରରେ ପ୍ରକାଶ କରିବାକୁ ଯାଇ ଜୁନ୍ ୨୦-୨୪ ମଧ୍ୟରେ ୱଲ୍ଡ ମାଇକ୍ରୋବ୍ ଫୋରମ୍ ରେ ଏହାକୁ ନେଇ ରିସର୍ଚ୍ଚ କରାଯାଉଛି । ଏଥିରେ ବିଶେଷଜ୍ଞ ମାନେ ମାନସିକ ରୋଗରୁ ସଚେତନ ରହିବାକୁ ଲୋକମାନଙ୍କୁ ଅପିଲ୍ କରିଛନ୍ତି ।

ଏହି ଅଧ୍ୟୟନରେ ବିଭିନ୍ନ ଦେଶର ଡାଟା ଏକତ୍ର କରି ମୁଲ୍ୟାୟନ କରାଯାଇଛି । ୧୮ରୁ ୨୪ ବର୍ଷ ମଧ୍ୟରେ ରହିଥିବା ୨୯୪ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି । ସେମାନଙ୍କ ମଧ୍ୟରେ ବିଶେଷଜ୍ଞ ମାନେ ଦେଖିବାକୁ ପାଇଛନ୍ତି ଯେ, ଅଧାରୁୁ ଅଧିକ ମଧ୍ୟମ ସ୍ତରର ଡିପ୍ରେସନ୍ ର ଶିକାର ହୋଇଛନ୍ତି । ସେହି ପରି ୩୦ ପ୍ରତିଶତଙ୍କ ଠାରେ ପିଟିଏସଡି ବା ପୋଷ୍ଟ ଷ୍ଟ୍ରେସ୍ ଟ୍ରମାଟିକ୍ ଡିସଅର୍ଡର ଭଳି ସମସ୍ୟା ଦେଇ ଗତି କରୁଛନ୍ତି । କରୋନା କାଳରେ ହିଁ ମାନସିକ ଚାପ ଅଧିକ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ସବୁ ବର୍ଗର ଲୋକ ସାମିଲ ଅଛନ୍ତି ।

Get real time updates directly on you device, subscribe now.