fbpx

କେଶ ସମସ୍ୟାରୁ ମିଳିବ ମୁକ୍ତି, କରନ୍ତୁ ଏହି ଜିନିଷର ବ୍ୟବହାର

Advertisement

ନୂଆଦିଲ୍ଲୀ: କମଳା ଖାଇବା ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି । ସେହିପରି କମଳା ଚୋପାରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । କମଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ବ୍ୟବହୃତ ହୁଏ  । ତେବେ ଆସନ୍ତୁ ଜାଣିବା କମଳା ଭଲ କେଶ ଚର୍ମ ପାଇଁ କିପରି ଉପଯୋଗୀ ହୋଇପାରେ  ।

ପ୍ରକୃତରେ କମଳାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ  । ଯଦି ଆପଣ ନିଜ ଶରୀରରେ ଭିଟାମିନ୍-ସି ଚାହୁଛନ୍ତି, ତେବେ ତୁରନ୍ତ ପ୍ରତିଦିନ ୨-୩ କମଳା ଖାଆନ୍ତୁ  । କମଳା ଭିଟାମିନ୍-ସି ରେ ଭରପୁର ଅଟେ, ଯାହା କେଶର ସ୍କାଲ୍ପର ପିଏଚକୁ ବଢ଼ାଇଥାଏ  ଏବଂ ସଂକ୍ରମଣ ଦୂର କରିବାରେ ସହାୟକ ହୋଇଥାଏ  ।

କମଳାର ହେୟାର ମାସ୍କ ମଧ୍ୟ ବ୍ୟବହାର କରିପାରିବେ  । ଏହି ହେୟାର ମାସ୍କ କେଶକୁ ପୋଷଣ କରିବାରେ ସହାୟକ ହୋଇଥାଏ  । ଏହା ଆପଣଙ୍କ କେଶକୁ କୋମଳ ଏବଂ ଚକଚକ୍ କରିଥାଏ  । ରୁପି ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ କମଳା । ଏହା ସହ କେଶର ବୃଦ୍ଧି ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.