fbpx

ଥାଇରଏଡକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ସୁପର୍ ଫୁଡ୍, ମିଳିବ ଚମତ୍କାରୀ ଫାଇଦା

ନୂଆଦିଲ୍ଲୀ: ଥାଇରଏଡ୍ ହେଉଛି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଗ୍ଲାଣ୍ଡ୍ ବା ଗ୍ରନ୍ଥି । ଯାହା ଶରୀରରେ ମେଟାବୋଲିକ୍ ପ୍ରୋସେସ୍ କୁ ସଠିକ୍ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଥାଇରଏଡ୍ ଏକ ପ୍ରଜାପତି ଆକାରର ଗ୍ଲାଣ୍ଡ୍ ହୋଇଥାଏ ଯାହା ଗଳାରେ ରହିଥାଏ । ତେଣୁ ଏହି ଗ୍ରନ୍ଥିର ବିଶେଷ ଧ୍ୟାନ ନେବା ଜରୁରୀ । କାରଣ ଏହା ଆମ ପୂରା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ । ଥାଇରଏଡ୍ ହରମୋନ୍ ଅନ୍ତିୟନ୍ତ୍ରିତ ହେବା ଦ୍ୱାରା ଆମ ଲାଇଫ୍ ଷ୍ଟାଇଲ୍ ଖରାପ ହୋଇଥାଏ । ତେଣୁ ଜୀବନ ଶୈଳୀକୁ ଠିକ୍ ରଖିବା ଆମ ପ୍ରଥମ ଦାୟିତ୍ୱ । ଏଥିପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ ।

ବର୍ତ୍ତମାନ ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏପରି ସ୍ଥଳେ କିଛି ଏପରି ସୁପର୍ ଫୁଡ୍ସ ରହିଛି ଯାହାକୁ ଖାଇବା ଦ୍ୱାରା ଥାଇରଏଡ୍ ନିୟନ୍ତ୍ରଣକୁ ଆଣିବାରେ ସହାୟକ ହୋଇଥାଏ ଓ ଏହା ଶରୀରକୁ ଅନେକ ଫାଇଦା ପହଞ୍ଚାଇଥାଏ ।

ଉକ୍ତ ୫ଟି ସୁପର୍ ଫୁଡ୍ ହେଲା ଅଁଳା, ନଡ଼ିଆ, କଖାରୁ ମଞ୍ଜି, ବ୍ରାଜିଲ ନଟ୍ସ ଏବଂ ମୁଙ୍ଗଡାଲ୍ । ଏହି ୫ଟି ଖାଦ୍ୟ ଥାଇରଏଡ୍ ନିୟନ୍ତ୍ରଣ କରିବା କ୍ଷେତ୍ରରେ ରାମବାଣ ପରି କାମ କରିଥାଏ ।

Get real time updates directly on you device, subscribe now.