fbpx
BSKY SKY
BSKY SKY

ରିଚା ଚଢ଼ାଙ୍କୁ ବିବାହ କରିବେ ଅଲି ଫଜଲ, ମାର୍ଚ୍ଚରେ ପଡିବ ହାତଗଣ୍ଠି

BSKY

ମୁମ୍ବାଇ: ରିଚା ଚଢା ଏବଂ ଅଲି ଫଜଲ ଦୀର୍ଘ ଦିନ ଧରି ଦୁହେଁ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହା ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା । କିନ୍ତୁ କରୋନା ମହାମାରୀ ହେତୁ ବିବାହ ଯୋଜନାକୁ ସ୍ଥଗିତ ରହିଥିଲା । ବର୍ତ୍ତମାନ ଦୁହିଁଙ୍କ ବିବାହ ସମ୍ବନ୍ଧରେ ଏକ ନୂଆ ଖବର ଶୁଣିବାକୁ ମିଳିଛି । ରିଚା ଚଢା ଏବଂ ଅଲି ଫଜଲ ସେମାନଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂ ସମୟରେ ଦୁହିଁଙ୍କର ହାତ ଗଣ୍ଠୀ ପଡିବ । ଅଲି ଫଜଲ ଏବଂ ରିଚା ଚଢାଙ୍କ ବିବାହ ମାର୍ଚ୍ଚରେ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚା ଚାଲିଛି ।

ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ, ରିଚା ଏବଂ ଅଲିଙ୍କ ଫିଲ୍ମ ‘ଫୁକରେ’ର ସୁଟିଂ ଦିଲ୍ଲୀରେ କରାଯିବ । ଏହି ସମୟରେ ଚାଲିଥିବା ସୁଟିଂରୁ ବ୍ରେକ୍‌ ନେଇ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଦିଲ୍ଲୀରୁ ମୁମ୍ବାଇ ଆସିବେ । ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ଏକାଠି କାମକୁ ଫେରିବେ । ‘ଫୁକରେ-୩’ରେ ପୁଲକିତ ଏବଂ ବରୁଣ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ନିକଟରେ ଏକ ସାକ୍ଷାତକାରରେ ଅଲି ଫଜଲ ତାଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ । ଏହା ସହ ସେ କହିଥିଲେ, ଗତ ୨ ବର୍ଷ ସମସ୍ତଙ୍କ ପାଇଁ ବେକାର କଟିଛି । ତେଣୁ ଆମେ ବିବାହକୁ କିଛି ସମୟ ପାଇଁ ସ୍ଥଗିତ କରିଥିଲୁ । କାହିଁକି ନା କରୋନା ଯୋଗୁଁ ଏହା ବିଳମ୍ବ ହେଉଛି, କିନ୍ତୁ ଚଳିତ ବର୍ଷ ମାର୍ଚ୍ଚରେ ଯୋଜନା କରାଯାଉଛି ।

Get real time updates directly on you device, subscribe now.