କେଶରେ ଏପରି ବ୍ୟବହାର କରନ୍ତୁ ଏହି ତେଲ, ଦେଖନ୍ତୁ ଫାଇଦା କଣ ମିଳିବ

ଓଡିଶା ଭାସ୍କର: ବର୍ତ୍ତମାନ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଅନେକ ପ୍ରକାରର କେଶ ସମସ୍ୟା ଦେଖା ଦେଉଛି । କେଶ ଝଡ଼ିବା,ଶୁଷ୍କ ହୋଇଯିବା, କେଶ ଦୁର୍ବଳ ହୋଇଯିବା ଭଳି ଅନେକ ସମସ୍ୟା ଆମ ଦୈନଦିନ ଜୀବନରେ ଉପୁଜୁଛି । ସମୟକ୍ରମେ କେଶର ଯତ୍ନ ନେବା ଉପରେ ମଧ୍ୟ ଅନେକ ଚାହିଦା ବଢିଛି । ବଜାରରେ ନାନାଧି କମ୍ପାନୀର ବିଭିନ୍ନ ତେଲ ଉପଲବ୍ଧ ବି ରହୁଛି । ଏହାକୁ ବ୍ୟବହାର କରିବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତାହା ଭଲ କାମ ଦେଉନି । କିନ୍ତୁ ଖୁବ କମ୍ ଟଙ୍କା ଖର୍ଚ୍ଚ କରି ଆପଣ ଆପଣଙ୍କ କେଶ ସମସ୍ୟାର ଉପଶମ କରାଇ ପାରିବେ । ନା ଏଥିରେ କୌଣସି ସାଇଡ ଇଫେକ୍ଟ ରହିବ ନା ଏଥିପାଇଁ ଆପଣଙ୍କୁ କିଛି ଅଧିକ ପରିଶ୍ରମ କରିବାକୁ ପଡିବ । ମାତ୍ର ଗୋଟିଏ ତେଲ ହିଁ ଆପଣଙ୍କ ସମସ୍ୟାକୁ ଦୂର କରି ପାରିବ,ତେବେ ଏହି ତେଲ ହେଉଛି ଆମେ ବ୍ୟବହାର କରୁଥିବା ଘଣା ପେଡା ସୋରିଷ ତେଲ ।

ସାଧାରଣତଃ ଆମେ ସୋରିଷ ତେଲକୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାନ୍ତି ହେଲେ ଏହା ଆମେ କେଶରେ ଲଗାଇବା ଦ୍ୱାରା ତାହା କେଶକୁ ମଜବୁତ କରିବା ସହ ମୋଟା ଓ କଳା କରାଇଥାଏ । ସୋରିଷ ତେଲରେ ଭିଟାମିନ-ଏ, ଡି, ଇ ଏବଂ କେ ରହିଥାଏ । ଏହା ଲଗାଇବା ଦ୍ୱାରା କେଶ ସଠିକ ପୃଷ୍ଟି ଯୋଗାଇଥାଏ । ଫଳରେ କେଶ ଝଡ଼ିବା ଓ ପତଳା ହେବା ସମସ୍ୟାକୁ ଏହା ଦୂରେଇଥାଏ । ସେହିପରି ସୋରିଷ ତେଲରେ ଆଇରନ ଓ ମ୍ୟାଗନେସିଅମ ପରିମାଣ ମଧ୍ୟ ଅଧିକ ମାତ୍ରରେ ଥାଏ ଯାହା ଅନ୍ୟାନ କେଶ ସମସ୍ୟାକୁ ଅନେକ ମାତ୍ରରେ ଦୂରେଇଥାଏ । ଖାଲି ଏତିକି ନୁହେଁ, ଓମେଗା-3ଫ୍ୟାଟି ଏସିଡ଼ି, ବିଟା-କାରୋଟିନା ଓ ସେଲେନିୟମ ବି ଏହି ସୋରିଷ ତେଲରେ ରହିଥାଏ । ଯାହା ଆପଣଙ୍କ କେଶ ବଢ଼ିବାରେ ମଧ୍ୟ ବହୁ ମାତ୍ରରେ ସହାୟକ ହୋଇଥାଏ ।

ଏହାକୁ ଆପଣ କିପରି ବ୍ୟବହାର କରିବେ ?

ପ୍ରଥମେ ଗୋଟିଏ ଚାମଚ ସୋରିଷ ତେଲ ନିଅନ୍ତୁ ଓ ଏଥିରେ ଗୋଟିଏ ଚାମଚ ବାଦାମ ତେଲ ମିଶାନ୍ତୁ । ମିଶ୍ରିତ ଏହି ତେଲକୁ ହାଲୁକା ଭାବେ ଉଷୁମ କରି ଦିଅନ୍ତୁ ଏହା ପରେ କେଶ ମୂଳରେ ଲଗାନ୍ତୁ । ଏହି ତେଲକୁ ନିଜ ପାପୁଲିରେ ନେଇ ଭଲ ଭାବେ ଲଗାନ୍ତୁ ଫଳରେ ସଠିକ ଭାବେ ତେଲ ସବୁ ସ୍ଥାନରେ ଲାଗି ପାରିବ । ତେଲ ଲଗାଇବାର ପ୍ରାୟ ଏକ ଘଣ୍ଟା ପରେ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । ପରେ ଏହାକୁ ସାମ୍ପ ମଧ୍ୟ ଆପଣ କରେଇ ପାରିବେ । ଦେଖନ୍ତୁ ଏଭଳି କରିବା ଦ୍ୱାରା ଆପଣଙ୍କ କେଶ ସମସ୍ୟା ଆପେ ଆପେ ଦୂରେଇ ଯିବ ।