fbpx

ଇୟର ବଡସ୍ ବ୍ୟବହାର କରୁଥିଲେ ସାବଧାନ: କାନର ସର୍ଜରୀ କରାଇବାକୁ ପଡ଼ିପାରେ, ଶ୍ରବଣ ଶକ୍ତି ଚାଲିଯାଇପାରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପୀଢ଼ି ଆଧୁନିକତା ସହ ତାଳ ଦେଇ ନିଜର ଜୀବନକୁ ଉପଭୋଗ କରିବାକୁ ଚାହିଁଛନ୍ତି । ସ୍କୁଲ, କଲେଜର ଅନେକ ଛାତ୍ରଛାତ୍ରୀ ଘଣ୍ଟାଘଣ୍ଟା ଧରି ଫୋନ ବ୍ୟବହାର କରିବା, ଭିଡିଓ ଗେମ୍ ଖେଳିବା, ଫିଲ୍ମ ଦେଖିବା, କଥା ହେବା, ଫିଲ୍ମ ଦେଖିବା, ପଡକାଷ୍ଟ ଶୁଣିବା, ଗୀତ ଶୁଣିବା ଆଦି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି । ତେବେ ପ୍ରତ୍ୟେକ ଜିନିଷ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା ବିପଦକୁ ଆମନ୍ତ୍ରଣ କରିଥାଏ ।

ବର୍ତ୍ତମାନ ସମୟରେ ଯୁବପୀଢ଼ୀ ମାତ୍ରାଧିକ ସମୟ ଧରି ଇୟବଡସ୍ ବ୍ୟବହାର କରୁଥିବା ଦେଖାଯାଉଛି । ଇୟରବଡ୍ ବ୍ୟବହାର କରିବା ଫଳରେ ଆପଣଙ୍କର ଶ୍ରବଣ ଶକ୍ତି ଚାଲିଯାଇପାରେ । ଗତବର୍ଷ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା । ଘଣ୍ଟା ଘଣ୍ଟା ଧରି ଇୟରବଡସ୍ ବ୍ୟବହାର କରୁଥିବା କାରଣରୁ ଉତ୍ତରପ୍ରଦେଶର ଗୋରଖପୁରର ଜଣେ ୧୮ ବର୍ଷୀୟ ଯୁବକ ନିଜର ଶ୍ରବଣ ଶକ୍ତି ହରାଇଥିଲେ । ସେ କିଛି ଶୁଣିପାରି ନଥିଲେ ।

ତେବେ ପରବର୍ତ୍ତୀ ସମୟରେ ଡାକ୍ତରମାନେ ତାଙ୍କର ସର୍ଜରୀ କରାଇଥିଲେ । ତା’ପରେ ଯୁବକ ଜଣଙ୍କର ପୂର୍ବ ଭଳି ସବୁକିଛି ଶୁଣିପାରିଥିଲେ । ତେଣୁ ସେହି ଘଟଣା ଯୁବପୀଢ଼ିଙ୍କ ପାଇଁ ଏକ ବଡ଼ ଶିକ୍ଷା । ଆପଣଙ୍କ କାନ ଭିତରକୁ ବାୟୁ ଚଳାଚଳ କରିବା ନିହାତି ଜରୁରୀ । ଜଣେ ଘଣ୍ଟା ଘଣ୍ଟା ଧରି ଏହାକୁ ୟୁଜ୍ କରିବା ଫଳରେ କାନ ଭିତକୁ ପବନ ଯିବା ଆସିବା କରିବା କେମିତି? କାନରେ ଅଧିକ ସମୟ ଧରି ଡିଭାଇସ୍ ରଖିବା ଫଳରେ ଝାଳ ହୋଇ ମଇଳା ଜମି ଯାଇଥାଏ । ତେଣୁ କାନକୁ ସର୍ବଦା ପରିଷ୍କାର ରଖିବାକୁ ଆବଶ୍ୟକ । ନଚେତ୍ ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.