fbpx

ନିୟମିତ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ କିପରି

କରୋନା ମହାମାରୀ ସମୟରେ ଦେଶରେ ସ୍ମାର୍ଟଫୋନର ବ୍ୟବହାର ବହୁତ ମାତ୍ରାରେ ବଢ଼ିଯାଇଛି । ବିଭିନ୍ନ ରାଜ୍ୟରେ ଅନେକ ସମୟରେ ଲକଡାଉନ, କର୍ଫ୍ୟୁ ଆଦି ଲାଗୁ ହେବା ଦ୍ୱାରା ଲୋକମାନେ ଅଧିକାଂଶ ସମୟ ଘରେ ରହୁଛନ୍ତି । ଫଳରେ ଫୋନର ବ୍ୟବହାର ବଢ଼ିବା ସ୍ୱାଭାବିକ । ତେବେ ଅଧିକ ସମୟ ସ୍ମାର୍ଟ ଫୋନର ବ୍ୟବହାର ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ:-

– ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର ଦ୍ୱାରା ଆଖିରୁ ପାଣି ଗଡ଼ିବା, ମୁଣ୍ଡ ବ୍ୟଥା, ପିଠି ଯନ୍ତ୍ରଣା ଆଦି ସମସ୍ୟା ଦେଖାଦେଇଥାଏ । ଏହାଛଡ଼ା ଆପଣଙ୍କ ଚର୍ମ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ ।

– ମୋବାଇଲରୁ ବାହାରୁଥିବା ବ୍ଲୁ ଲାଇଟ୍ ଆପଣଙ୍କ ଚେହେରା ପ୍ରତି ବହୁତ କ୍ଷତିକାରକ ଅଟେ । ଏହା ଅସମୟରେ ବୃଦ୍ଧତ୍ୱକୁ ଡାକି ଆଣିଥାଏ । ତିନି ଘଣ୍ଟାରୁ ଅଧିକ ସମୟ ମୋବାଇଲ ଆଗରେ ରହୁଥିଲେ ଏହା ବୟସ ପୂର୍ବରୁ ଆପଣଙ୍କ ସ୍କ୍ରିନକୁ ବିଗାଡ଼ି ଦେଇଥାଏ ।

– ଏଥିରୁ ବର୍ତ୍ତିବା ପାଇଁ ଆପଣ ମୋବାଇଲକୁ ଡାର୍କ ମୋଡ କରି ଅଧିକ ସମୟ ବ୍ୟବହାର କରିପାରିବେ । ଅଧିକ ପାଣି ପିଇବା ସହିତ ଆଣ୍ଟିଅକ୍ସିଡେଣ୍ଟ ଫୁଡର ଅଧିକ ସେବନ କରନ୍ତୁ । ଏଥିସହ ଭିଟାମିନ ସି ସିରମର ପ୍ରୟୋଗ କରିବା ସହ ଜିଙ୍କ ଅକସାଇଡ ଓ ଟେଟେନିୟମ ଡାଇ ଅକସାଇଡର ସନସ୍କ୍ରିନ ଘରମାନଙ୍କରେ ପ୍ରୟୋଗ କରିବା ଦରକାର ।

Get real time updates directly on you device, subscribe now.