fbpx

ଗର୍ଭବତୀ ସମୟରେ ଅଧିକ ସମୟ ମୋବାଇଲ ଫୋନ ବ୍ୟବହାର ଶିଶୁ ପାଇଁ ହୋଇଥାଏ ବିପଜ୍ଜନକ

ମା ହେବାର ଅନୁଭୂତି ଗୋଟିଏ ସୁନ୍ଦର ଅନୁଭୂତି ହୋଇଥଏ , କିନ୍ତୁ ଏହି ୯ ମାସର ସମୟ ଗୋଟିଏ କଠିନ ସମୟ ହୋଇଥାଏ । ଏହି ସମୟରେ ମା ମାନେ ନିଜର ବିଶେଷ ଧ୍ୟାନ ରଖିବା ଜରୁରୀ । କାହିଁକି ନା ସାମାନ୍ୟ ଅସାବଧାନତା ଦ୍ୱାରା ଶରୀର ଉପରେ ଖରାପ ପ୍ରଭବ ପଡିଥାଏ । ସଠିକ ଖାଦ୍ୟ , ନିୟମିତ ବ୍ୟାୟାମ ସହିତ ଗର୍ଭବତୀ ମହିଳା ଙ୍କୁ ମୋବାଇଲ ଫୋନ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଅତ୍ୟଧିକ ମୋବାଇଲ ଫୋନ ର ବ୍ୟବହାର ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ  ।

ଅଧ୍ୟୟନ ରୁ ଏହି ତଥ୍ୟ ଆସିଛି ସାମ୍ନାକୁ :-

– ୟେଲ ସ୍କୁଲ ଅଫ ମେଡ଼ିସିନ ରେ କରାଯାଇଥିବା ଅଧ୍ୟୟନ ଅନୁସାରେ ଅତ୍ୟଧିକ ମୋବାଇଲ ରେଡ଼ିଏସନ ଦ୍ୱାରା ଗର୍ଭସ୍ଥ ଶିଶୁ ଜନ୍ମ ପରେ ବିହେବରିଆଲ ଅସୁବିଧା ର ସମୁଖୀନ ହୋଇଥାଏ ।

– ଏହାଛଡା ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ୱାରା ଶିଶୁ ର ମାନସିକ ବିକାଶ ରେ ଅସୁବିଧା ଆସିଥାଏ । ପିଲା ଟି ଛୋଟ ବେଳରୁ ହାଇପର ଆକ୍ଟିଭିଟି ର ସମୁଖୀନ ହୋଇଥଏ ।

– ଅନ୍ୟ ଶିଶୁ ମାନଙ୍କ ତୁଳନାରେ ଏଭଳି ଶିଶୁ ଅଧିକ ଯିଦିଆ, ରାଗି ହୋଇ ଥାଆନ୍ତି ।

– ମୋବାଇଲ ଫୋନ ରୁ ବାହାରୁଥିବା ଇଲେକ୍ଟ୍ରୋ ମାଗନେଟିକ ରେଡ଼ିଏସନ ଗର୍ଭସ୍ଥ ଶିଶୁ ର ଡିଏନଏ କୁ ମଧ୍ୟ ନଷ୍ଟ କରିପାରେ ।

– ଦେନମାର୍କ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଯେଉଁ ମା ମାନେ ଅଧିକ ସମୟ ଧରି ମୋବାଇଲ ରେଡ଼ିଏସନ ର ନିକଟତର ରହୁଛନ୍ତି ସେମାନଙ୍କ ଶିଶୁ ମାନେ ଗର୍ବବସ୍ଥାରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦ୍ୱାରା ପୀଡିତ ହେଉଛନ୍ତି ।

ଏହିସବୁ କଥାକୁ ଗର୍ଭବତୀ ମହିଳା ମାନେ ବିଶେଷ ଧ୍ୟାନ ଦେବ ଜରୁରୀ :-

– ଏହି ସମୟରେ ଅଧିକ ସୋସିଆଲ ମିଡିଆ ର ବ୍ୟବହାର କରନ୍ତୁ ନାହିଁ ।

– ଟାଇମ ପାସ କରିବା ପାଇଁ ଆଦୌ ମୋବାଇଲ ର ବ୍ୟବହାର କରନ୍ତୁ ନାହିଁ ।

– ରାତିରେ ଶୋଇବା ସମୟରେ ଫୋନ କୁ ତକିଆ ତଳେ ରଖିବା ପରିବର୍ତ୍ତେ ଦୂରେଇ ରଖନ୍ତୁ ।

Get real time updates directly on you device, subscribe now.