fbpx

ଗବେଷକଙ୍କ ରିପୋର୍ଟ: ପ୍ରାରମ୍ଭିକ ପର୍ଯ୍ୟାୟରେ ରକ୍ତ ପରୀକ୍ଷା କରି ଗର୍ଭାଶୟ କର୍କଟକୁ ଚିହ୍ନଟ କରିହେବ, ମିଳିପାରିବ ୯୧ ପ୍ରତିଶତ ସଠିକ୍ ତଥ୍ୟ

ନୂଆଦିଲ୍ଲୀ: ଗର୍ଭାଶୟ କର୍କଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୩୭୦ଟି ରକ୍ତ ନମୂନାକୁ ନେଇ ପରୀକ୍ଷଣ କରିବା ପରେ ଗବେଷକମାନେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ଏଣିକି ଗର୍ଭାଶୟ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ପାରିବ । ତେବେ ଏଥିପାଇଁ ଏକ ରକ୍ତ ପରୀକ୍ଷା କରିବା ପରେ ଗର୍ଭଶୟ କର୍କଟକୁ ଚିହ୍ନଟ କରାଯାଇ ପାରିବ । ତେବେ ଏହା ୯୧ ପ୍ରତିଶତ ଠିକ୍ ହେବ ବୋଲି ଗବେଷକଙ୍କ ରିପୋର୍ଟରୁ ଜଣାପଡ଼ିଛି ।

ଗବେଷକମାନେ ଏକ ନୂତନ ରକ୍ତ ଉପରେ ପରୀକ୍ଷା କରିଥିଲେ, ଯାହାକି ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାକୁ ସକ୍ଷମ ହୋଇପାରୁଛି । ଗର୍ଭାଶୟ କର୍କଟରେ ଆକ୍ରାନ୍ତ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିବ । ଏହି ପରୀକ୍ଷଣକୁ ଓଭାପ୍ରିଣ୍ଟ କୁହାଯାଉଛି । ବିଭିନ୍ନ ପ୍ରକାରର ପ୍ରାରମ୍ଭିକ ପର୍ଯ୍ୟାୟର କର୍କଟକୁ ଏହି ନୂଆ ଉପାୟରେ ଚିହ୍ନଟ କରାଯାଇ ପାରିବ । ଗର୍ଭାଶୟ କର୍କଟର ସବୁଠାରୁ ସାଧାରଣ ପ୍ରକାର ତଥା ଘାତକ ରୂପ ଓଭା ପ୍ରିଣ୍ଟ ହାଇ-ଗ୍ରେଡ ସିରୋସ ଓଭାରିଆନ କାରସିନୋମା (ଏଚଜିଏସଓସି)କୁ ଏହି ଉପାୟରେ ଚିହ୍ନଟ କରାଯାଇ ପାରିବ ।

ସାଧାରଣ ଭାବେ ପେଲଭିକ ମାସ ଥିବା ରୋଗୀ କ୍ଷେତ୍ରରେ ମାଂସ ସାଧାରଣ ଭାବେ ବୃଦ୍ଧି ପାଇଛି ନା କର୍କଟ ହୋଇଛି ସେନେଇ ଜାଣିବା କଷ୍ଟକର ହୋଇଥାଏ । ଅନ୍ୟ କର୍କଟ ରୋଗ ଜାଣିବା ପାଇଁ ପରୀକ୍ଷା କରାଯାଉଥିବା ବାୟୋପସି ମଧ୍ୟ ଏଭଳି କ୍ଷେତ୍ରରେ ବିକଳ୍ପ ସାଜିପାରେ ନାହିଁ । ତେଣୁ ସର୍ବୋତ୍ତମ ଚିକିତ୍ସା ବାଛିବା ଡାକ୍ତରଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭାଶୟ କର୍କଟକୁ ଚିହ୍ନଟ କରାଯାଇ ପାରିଲେ ରୋଗୀ ୫ ବର୍ଷରୁ ଅଧିକ ବର୍ଷ ବଞ୍ଚିବାର ସମ୍ଭାବନା ରହିଥାଏ । କର୍କଟ ଶୀଘ୍ର ଚିହ୍ନଟ ହେଲେ ଜୀବନ ରକ୍ଷା ହୋଇପାରିଥାଏ ଓ ରୋଗର ଫଳାଫଳ ମଧ୍ୟ ପରିବର୍ତ୍ତନ ହୋଇପାରିଥାଏ ।

Get real time updates directly on you device, subscribe now.