fbpx

ବିଜେପି ବିରୋଧରେ ବିଷ ଉଗାଳିଲେ ମନୋହର ପାରିକରଙ୍କ ପୁଅ: ପାଣାଜୀ ନ ମିଳିଲେ ବିଦ୍ରୋହ ଧମକ

ନୂଆଦିଲ୍ଳୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଜେପିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ପାଣାଜୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ ନ ମିଳେ ତେବେ ସେ କଠୋର ନିଷ୍ପତ୍ତି ନେବେ ।
ଦୀର୍ଘ ୨୫ ବର୍ଷ ଧରି ମନୋହର ପାରିକର ଏହି ଆସନକୁ ପ୍ରତିନିଧିତ୍ୱ କରୁଥିଲେ । ଏବେ ତାଙ୍କୁ ଏହି ଆସନ ମିଳିବ ବୋଲି ଉତ୍ପଳ ଦୃଢ଼ ଆଶା ରଖିଛନ୍ତି । ସେ କହିଛନ୍ତି, ମନୋହର ପାରିକର ତାଙ୍କ ଜୀବନରେ କୌଣସି ଜିନିଷ ଏତେ ସହଜରେ ପାଇନାହାନ୍ତି । ସେହିପରି ସେ ମଧ୍ୟ ଯାହା ଚାହୁଁଛନ୍ତି ତାଙ୍କୁ ସେଥିପାଇଁ ବହୁତ କଷ୍ଟ କରିବାକୁ ପଡିବ । ତାଙ୍କୁ କିଛି କଠୋର ନିଷ୍ପତି ନେବାକୁ ପଡିପାରେ । ଉତ୍ପଳ କହିଛନ୍ତି ସେ ବିଜେପି ସହ ଥାଇ ପାରନ୍ତି କିନ୍ତୁ ଆଗକୁ ସେ ଲୋକଙ୍କ କଥା ଶୁଣିବେ । ଉଲ୍ଲେଖଯୋଗ୍ୟ ୨୦୧୯ରେ ମନୋହର ପାରିକରଙ୍କ ପରଲୋକ ପରେ ତାଙ୍କ ନିର୍ବାଚନମଣ୍ଡଳୀରୁ ପୁଅ ଉତ୍ପଳ ଉପନିର୍ବାଚନ ଲଢ଼ିବେ ବୋଲି ଆଶା ରଖିଥିଲେ, କିନ୍ତୁ ତାଙ୍କୁ ବିଜେପି ଟିକେଟ ମିଳିନଥିଲା ।

Get real time updates directly on you device, subscribe now.