fbpx

ଉତ୍ତର ପ୍ରଦେଶ କ୍ୟାବିନେଟରେ ୪୧ଟି ପ୍ରସ୍ତାବ ଉପରେ ଲାଗିଲା ମୋହର, ପାରିତ ହେଲା ଟ୍ରାନ୍ସଫର ପଲିସି, IIT କାନପୁରରେ ହେବ ମେଡିକାଲ ରିସର୍ଚ୍ଚ ସେଣ୍ଟର

Advertisement

ଲକ୍ଷ୍ନୌ: କେନ୍ଦ୍ରରେ କ୍ରମାଗତ ୩ୟ ଥର ପାଇଁ ମୋଦୀ ସରକାର କ୍ଷମତାକୁ ଆସିଛି । ଏହା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡକୁ ଆସିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୟୁପି କ୍ୟାବିନେଟ୍ ୪୧ଟି ପ୍ରସ୍ତାବ ଉପରେ ମୋହର ଲଗାଇଛି । ବର୍ତ୍ତମାନ ୟୁପିରେ ଟ୍ରାନ୍ସଫର ପଲିସି ମଧ୍ୟ ପାରିତ କରିଦିଆଯାଇଛି । ଏଣିକି ରାଜ୍ୟରେ ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଟ୍ରାନ୍ସଫର କରାଯାଇପାରିବ ।

ଦିଲ୍ଲୀରୁ ଲକ୍ଷ୍ନୌ ପହଞ୍ଚିବା ପରେ ମଙ୍ଗଳବାର ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳ ବୈଠକ କରିଥିଲେ । ଏହି ବୈଠକରେ ସେ ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ବିଭାଗରୁ ଉତ୍ତମ ଫଳାଫଳ ଚାହୁଁଛନ୍ତି ଏବଂ ଆସନ୍ତା ୧୦୦ ଦିନରେ କ’ଣ କ’ଣ କରାଯିବ ସେ ନେଇ ବ୍ୟାଖ୍ୟା କରିଛନ୍ତି । ଏହା ପରେ ସମସ୍ତ ମନ୍ତ୍ରୀଙ୍କ ଠାରୁ ହିସାବ ମଗାଯିବ । ଏହା ସହ ବରେଲିରେ ଫ୍ୁ୍ୟଚର ୟୁନିଭର୍ସିଟି ଏବଂ ଗାଜିଆବାଦରେ ଏଚ୍ଆରଆଇଟି ୟୁନିଭର୍ସିଟି ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି । ବଲୟା ରସଡ଼ାରେ ଟ୍ରାନ୍ସମିସନ ସବଷ୍ଟେସନ ନିର୍ମାଣର ମୂଲ୍ୟକୁ ୫୩୭ କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ନୋଏଡ଼ାରେ ଜେୱର ବିମାନବନ୍ଦର ନିର୍ମାଣ ପାଇଁ କୃଷକଙ୍କ ଜମି ପାଇଁ କ୍ଷତିପୁରଣ ରାଶି ପାଇଁ ମଞ୍ଜୁରୀ ମିଳିଛି । ଏହା ସହ ୟୁପିର ଲକ୍ଷ୍ମୀପୁର ଜିଲ୍ଲାରେ ବିମାନବନ୍ଦର ନିର୍ମା. ଆଇଆଇଟି କାନପୁରରେ ମେଡିକାଲ ରିସର୍ଚ୍ଚ ସେଣ୍ଟର ଏହା ସହ ୫୦୦ ଶଯ୍ୟ ବିଶିଷ୍ଟ ସୁପରସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରିିବା ପାଇଁ ମଞ୍ଜୁରୀ ମିଳିଛି । କାନପୁର ସମେତ ଅନ୍ୟ ଜିଲ୍ଲାରେ ସରକାରୀ ହସ୍ପିଟାଲ ବ୍ୟବସ୍ଥାର ସୁଧାର ଦିଗରେ ସରକାରର ପୁରା ଫୋକସ୍ ରହିଛି ।

 

Get real time updates directly on you device, subscribe now.