fbpx

BIG BREAKING…ଉତ୍ତର ପ୍ରଦେଶର ଏକ ସତ୍‌ସଙ୍ଗରେ ଦଳାଚକଟା; ୨୭ ମୃତ୍ୟୁ, ୧୫ ଆହତ

Advertisement

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ରତିଭନପୁରର ସତ୍‌ସଙ୍ଗ ସମୟରେ ସେଠାରେ ହଇଚଇ ସୃଷ୍ଟି ହୋଇଯାଇଛି। ଏହି ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏଥିରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଆହତ ମହିଳା ଓ ଶିଶୁଙ୍କୁ ଏଟା ମେଡିକାଲକଲେଜରେ ଭର୍ତ୍ତି କରାଯାଇଛି। ସମୁଦାୟ ୧୫ ଜଣ ମହିଳା ଓ ଶିଶୁଙ୍କୁ ଏଟା ମେଡିକାଲ କଲେଜକୁ ନିଆ ଯାଇ ଚିକିତ୍ସା ଚାଲିଛି।

ଆହୁରି ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ହାଥରସର ରତିଭାନପୁରରେ ଭଗବାନ ଶିବଙ୍କର ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ସେଠାରେ ଦଉଡ଼ା ଦଉଡ଼ି ହେଲାଭଳି କରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।

Get real time updates directly on you device, subscribe now.