fbpx
BSKY SKY
BSKY SKY

‘ଦେଶ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଚିନି ମିଳି ନାହିଁ’, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ବିବାଦୀୟ ବୟାନ୍ ପୁଣି ଥରେ ଚର୍ଚ୍ଚାରେ

BSKY

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଉତ୍ତରକାଶୀ ଗସ୍ତ ଅବସରରେ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଦେଶ ସ୍ୱାଧୀନତା ପରେ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଚିନି ମିଳି ନାହିଁ ବୋଲି ସେ କହିଛନ୍ତି । ଉତ୍ତରାକାଶୀର ପିଡବ୍ଲ୍ୟୁଡି ଗେଷ୍ଟ ହାଉସରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ୬୦ କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଏଥିସହ ଜିଲ୍ଲା ହସ୍ପିଟାଲରେ ଏକ କୋଟି ଟଙ୍କାର ଅକ୍ସିଜେନ୍ ପ୍ଲାଣ୍ଟର ମଧ୍ୟ ଲୋକାର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ରାଜ୍ୟବାସୀଙ୍କୁ ରାଶନ କାର୍ଡ ପ୍ରଦାନରେ କୌଣସି ଅବହେଳା କରିନାହାନ୍ତି । ଦେଶ ସ୍ୱାଧୀନ ପରେ ଲୋକଙ୍କୁ ଚିନି ମିଳୁନଥିଲା, ତାଙ୍କ ସରକାର ସମସ୍ତ ରାଶନ କାର୍ଡଧାରୀଙ୍କୁ ୨ କିଲୋ ଚିନି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସ୍ୱାଧୀନତା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶସ୍ତାରେ ଚିନି ଯୋଗାଇ ଦେଇଥିଲେ । ଏକଥା ବୋଧହୁଏ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ବହୁବାର ବିବାଦୀୟ ବୟାନ ଦେଇ ଆସିଛନ୍ତି ।

Get real time updates directly on you device, subscribe now.