fbpx

ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ!

Advertisement

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ । ଶପଥ ନେବାର ୬ ମାସ ପୂରଣ ହୋଇନଥିଲେ ହେଁ ରାୱତ ନିଜ ପଦରୁ ଇସ୍ତଫା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ଦେବା ପରେ ମାର୍ଚ୍ଚ ୧୦ ତାରିଖରେ ତୀରଥ୍ ସିଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ହେଁ ତୀରଥ୍ ବିଧାୟକ ନାହାନ୍ତି । ନିୟମ ଅନୁସାରେ ଶପଥ ଗ୍ରହଣର ୬ ମାସ ମଧ୍ୟରେ ନିର୍ବାଚିତ ହେବା କଥା । ଏପରିକି ସେପ୍ଟେମ୍ବର ୧୦ ତାରିଖ ଯାଏଁ ତୀରଥଙ୍କ ନିକଟରେ ନିର୍ବାଚିତ ହେବାର ସୁଯୋଗ ରହିଥିଲା । କୌଣସି ଉପ ନିର୍ବାଚନରୁ ବିଜୟୀ ହୋଇ ସେ ସଦନର ସଦସ୍ୟ ହୋଇ ପାରିଥାନ୍ତେ । ମାତ୍ର କରୋନା ସମୟରେ ୪ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ କରି ଉଭୟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ ସାଧାରଣରେ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏପରି ପରସ୍ଥିତିରେ ଆଉ ଏକ ଉପ ନିର୍ବାଚନର ସମ୍ଭାବନା କ୍ଷୀଣ ରହିଥିବାରୁ ତୀରଥ୍ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.