fbpx

ଉତ୍ତରକାଶୀ ଟନେଲ ଦୁର୍ଘଟଣା: ୧୫୦ ଘଣ୍ଟା ଧରି ଅଟକି ରହିଛି ନିଃଶ୍ୱାସ , ଏହି ମେସିନ କରିବ କମାଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ନିର୍ମାଣଧୀନ ବାରକୋଟ୍ ସିଲକାୟାରା ସୁଡଙ୍ଗ ଭୁଷୁଡି ପଡିବା ଘଟଣାରେ ଫସିରହିଥିବା ୪୦ ଶ୍ରମିକ ଏବେ ବି ନୂଆ ଜୀବନ  ଅପେକ୍ଷାରେ ରହିିଛନ୍ତି । ସମସ୍ତ ଶ୍ରମିକଙ୍କୁ ଟନେଲ ମଧ୍ୟରୁ ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି । କାଲି ସନ୍ଧ୍ୟାରେ ଡ୍ରିଲିଂ ମେସିନ ଖରାପ ହୋଇଯିବା କାରଣରୁ ଅଚାନକ ଉଦ୍ଧାର କାର୍ଯ୍ୟ ଅଟକି ଯାଇଥିଲା । କିନ୍ତୁ ଆଜି ବାୟୁସେନାର ସି-୧୩୦ ହରକ୍ୟୁଲିସ୍ ସୈନ୍ୟ ବିମାନରେ ଇନ୍ଦୋରରୁ ଆଉ ଏକ ମେସିନ୍ ଆସୁଛି ଓ ଏହା ପହଞ୍ଚିବା ମାତ୍ରେ ବୋରିଂ କାମ ଦ୍ରୁତ ଗତିରେ ଆରମ୍ଭ ହୋଇଯିବ । କୁହାଯାଇଛି ଏହି ନୂଆ ମେସିନ ଆସିବା ପରେ ଭଲ ଖବର ନିଶ୍ଚୟ ମିଳିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଏହି ଟନେଲରେ ୨୪ ମିଟର ପର୍ଯ୍ୟନ୍ତ ବୋରିଂ କରାଯାଇ ମେସିନ୍ ଲଗାଯାଇଛି ଓ ଆଗକୁ ଆହୁରି ୩୦ କିମ୍ବା ୩୫ ମିଟର ପର୍ଯ୍ୟନ୍ତ ବୋରିଂ କରାଯିବାର ଅଛି । ପ୍ରାୟ ୬୦ ମିଟର ତଳେ ଶ୍ରମିକମାନେ ଫସି ରହିଥିବାର ଅନୁମାନ ଲଗାଯାଉଛି ।

ଏବେ ପାଇପ୍ ଲାଇନ୍ ବିଛାଇବା କାମ ଅଟକି ରହିଛି । ଏବେ ଟନେଲ ଭିତରର ସ୍ଥିତିକୁ ନେଇ ଜିଓଫିଜିକାଲ ଅଧ୍ୟୟନ ବି କରାଯାଉଛି । ଦିଲ୍ଲୀରୁ ଅପରେସନ ସାଇଟ୍‌ରେ ବୈଜ୍ଞାନିକ ପହଞ୍ଚିଛନ୍ତି । ଜିଓଫିଜିକାଲ ଅଧ୍ୟୟନରୁ ହିଁ ପୁରା ତଥ୍ୟ ସାମ୍ନାକୁ ଆସିବ ।
ଏଠାରେ ସୂଚାଇ ଦିଆଯାଇପାରେ କି ଗତ ରବିବାର ସକାଳେ ସୁଡଙ୍ଗର ଗୋଟିଏ ଭାଗ ଭୁଷୁଡିପଡିବା ଫଳରେ ୪୦ ଜଣ ଶ୍ରମିକ ଦୀର୍ଘ ୬ଦିନରୁ ଅଧିକ ସମୟ ଏହା ମଧ୍ୟରେ ଫସି ରହିଛନ୍ତି । ଡ୍ରିଲ କରାଯାଇ ସୁଡଙ୍ଗ ମଧ୍ୟକୁ ଶ୍ରମିକମାନଙ୍କ ନିକଟକୁ ଷ୍ଟିଲ ପାଇପ୍ ମାଧ୍ୟମରେ ପାଣି ଓ ଖାଦ୍ୟ ପଠାଯାଉଛି ।

Get real time updates directly on you device, subscribe now.