fbpx

7 ଦିନ ପୂର୍ବରୁ କୋଚିଂ ପାଇଁ ଆସିଥିଲେ କୋଟା, ମିଳିଲା ଝୁଲନ୍ତା ମୃତଦେହ

utterpradesh neet aspirant commits suicide in kota

ରାଜସ୍ଥାନ: ଛାତ୍ର ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି ରାଜସ୍ଥାନ । ଛାତ୍ରମାନେ ନିଟ୍ ପାଇଁ ଆଶା ରଖି ଆସୁଥିବା ବେଳେ ଅକାରଣରେ ଚାଲି ଯାଉଛି ଜୀବନ । ଗତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଛାତ୍ର ମୃତ୍ୟୁର ଖବର ସାମ୍ନାକୁ ଆସିଛି । କୋଟାରେ ଜଣେ ନିଟ୍ ଆଶାୟୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଜବାହାର ନଗର ଥାନା ଅଞ୍ଚଳର ଏକ କୋଚିଂ ସେଣ୍ଟରରୁ ମୃତଦେହ ମିଳିଥିବା ବେଳେ ମୃତ ଛାତ୍ରଜଣକ ଉତ୍ତରପ୍ରଦେଶର ବରସାନା ମଥୁରା ନିବାସୀ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । 7 ଦିନ ପୂର୍ବରୁ ଉତ୍ତରପ୍ରଦେଶରୁ ଆସି କୋଟାରେ ମେଡିକାଲ କୋଚିଂ ନେଉଥିଲେ ଛାତ୍ର ଜଣକ । ଘର ଭଡା କରି ରହୁଥିବା ବେଳେ କବାଟ ନଖୋଲିବାରୁ ଘର ମାଲିକ ପୋଲିସ ଖବର ଦେଇଥିଲା । ବନ୍ଦ ରୁମରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରଙ୍କ ନାମ ପର୍ଶୁରାମ ବୋଲି ଜଣାପଡିଛି ।

ଖବର ଅନୁସାରେ, ଘର ମାଲିକ ପ୍ରଥମେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥରେ ପହଞ୍ଚିଥିଲା । ଏଫଏସଏଲ ଟିମର ସହାୟତା ନେଇ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ତେବେ କେଉଁ କାରଣ ପାଇଁ ଛାତ୍ର ଜଣକ ଜୀବନ ହାରିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ କୋଟାରେ ଛାତ୍ର ଆତ୍ମହତ୍ୟା ଏକ ପ୍ରକାର ଚିନ୍ତାର ବିଷୟ ସାଜିଛି । ଚଳିତବର୍ଷର ଏହା 12ତମ ଘଟଣା ଅଟେ ।

Get real time updates directly on you device, subscribe now.