fbpx

ଆସନ୍ତାକାଲିଠାରୁ ପୁଣି ଚାଲିବ କୋଭିଡ ଟିକାକରଣ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଗତକାଲିଠାରୁ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଛି । ତେବେ ଆଜି ରବିବାର ଥିବାରୁ ଟିକାକରଣକୁ ବନ୍ଦ ରଖାଯାଇଛି । ଆସନ୍ତାକାଲିଠାରୁ ପୁଣି ଟିକାକରଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।

ତେବେ କାଲିଠାରୁ ପୁଣି ଆରମ୍ଭ ହେଉଥିବା ଟିକାକରଣ ନେଇ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ । କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଥିବା ବେଳେ ପ୍ରତି ଟିମରେ ୫ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ । ପ୍ରତି କେନ୍ଦ୍ରରେ ୨୦୦ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯିବ । କାଲି ରାଜ୍ୟର ୩ଟି ସ୍ଥାନରେ ଟିକାଦାନ ପରେ ସାଇଡ ଇଫେକ୍ଟ ଦେଖାଦେଇଥିଲା । ପ୍ରତି ମେଡିକାଲ କଲେଜରେ ୫ଟି ଟିକାକରଣ କେନ୍ଦ୍ର ରଖାଯିବାକୁ ଯୋଜନା ରହିଥିବା ବେଳେ ଶତ ପ୍ରତିଶତ ଟିକାଦାନ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ୨ଟି, ସିଏଚସିରେ ଗୋଟିଏ କେନ୍ଦ୍ର ରହିବା ସହ ୧୦୦ ଜଣଙ୍କୁ ଟିକା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ୨୫ ସୁଦ୍ଧା ଡାଟାବେସ୍ ପ୍ରସ୍ତୁତି ସମାପ୍ତ ହେବ ।

Get real time updates directly on you device, subscribe now.