fbpx
BSKY SKY
BSKY SKY

ଆଜିଠାରୁ ଟିକାକରଣ ଶୁଭାରମ୍ଭ

BSKY

ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ଆଜିଠାରୁ ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ ହେବ । ରାଜ୍ୟରେ ଏମ୍ସକୁ ମିଶାଇ ମୋଟ ୧୬୧ଟି କେନ୍ଦ୍ରରେ ଟିକାଦାନ କରାଯିବ । ତେବେ ରାଜଧାନୀ ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ ପାଇଁ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଟିକା ପହଞ୍ଚି ସାରିଛି ।

ସକାଳ ୧୦ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଟିକାକରଣର ଶୁଭାରମ୍ଭ ହେବ । ତେବେ ଭୁବନେଶ୍ୱର ଓ ସୁନ୍ଦରଗଡ଼ର ଦୁଇଟି ସ୍ଥାନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୨ଟାରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ । କେନ୍ଦ୍ରରେ ଯେଉଁ ୩ ଜଣିଆ ଟିମ ରହିବେ ସେମାନଙ୍କର ଟ୍ରେନିଂ ସରିଛି । ଗର୍ଭବତୀ ଓ ୧୮ ବର୍ଷରୁ କମ ବ୍ୟକ୍ତିଙ୍କୁ ଟିକା ଦିଆଯିବ ନାହିଁ । ଯେଉଁମାନେ ଟିକା ନେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ମେସେଜ ଦିଆଯାଇଛି । କେଉଁ ଟିକାଦାନ କେନ୍ଦ୍ରକୁ ସେମାନେ ଯିବେ, ସେନେଇ ମେସେଜରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.