fbpx

ରାଜ୍ୟରେ ଶୀତଳ ଲହରୀ ଜାରି: ୧୮ରେ କମିବ

ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ କିଛିଦିନ ହେଲା ତାପମାତ୍ରାରେ ବୃଦ୍ଧି ଘଟିଥିବା ବେଳେ ଆଜି ପୁଣି ହ୍ରାସ ପାଇଛି । ତେବେ ଏହି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଖାପାଖି ୧୦ ଦିନ ପରେ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀକୁ ଖସିଛି । ଫୁଲବାଣୀ ସହ ୪ ସହରର ତାପମାତ୍ରା ୪ ଡିଗ୍ରୀ ତଳେ ରହିଛି । ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଉପକୂଳରେ ୧ ଡିଗ୍ରୀ କମିଛି । ଝାରସୁଗୁଡ଼ାର ତାପମାତ୍ରା ୭.୪, କେନ୍ଦୁଝର ୯.୯, ସୋନପୁର ୧୦.୨, ଭବାନିପାଟଣା ୧୦.୫, ସମ୍ବଲପୁର ୧୦.୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ, ସୁନ୍ଦରଗଡ଼ ୯ ଡିଗ୍ରୀ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା । କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.